‘ହ୍ୟୁମାନ ରାଇଟ୍ ୱାଚ୍’ ରିପୋର୍ଟ : ଗତ ୩ ବର୍ଷରେ ଗୋହତ୍ୟା ଓ ଗୋ-ଚାଲାଣ ମାମଲାରେ ୪୪ ଲୋକଙ୍କ ହତ୍ୟା ହୋଇଛି
ନୂଆଦିଲ୍ଲୀ: ଦେଶରେ ଗୋରକ୍ଷକଙ୍କ ଦ୍ୱାରା କରାଯାଉଥିବା ହତ୍ୟାରେ ପୁଲିସର ମଧ୍ୟ ହାତ ଥାଏ ବୋଲି ଅଭିଯୋଗ ହୋଇଥାଏ । ଏହି ଦାବି କରିଛି ମାନବାଧିକାର ସଂସ୍ଥା ‘ହ୍ୟୁମାନ ରାଇଟ୍ ୱାଚ୍’ । ହ୍ୟୁମାନ୍ ରାଇଟ୍ ସଂସ୍ଥାର ରିପୋର୍ଟରେ କୁହାଯାଇଛି କି ୨୦୧୫ ମେରୁ ୨୦୧୮ ଡିସେମ୍ବର ମଧ୍ୟରେ ଗୋହତ୍ୟା ଓ ଗୋ-ଚାଲାଣ ସହିତ ଜଡିତ ମାମଲାରେ ୪୪ ଲୋକଙ୍କ ହତ୍ୟା କରାଯାଇଛି । ଏମାନଙ୍କ ମଧ୍ୟରୁ ୩୬ଜଣ ମୁସଲିମ ବୋଲି ଜଣାପଡ଼ିଛି । ପ୍ରତ୍ୟେକ ହତ୍ୟା ମାମଲାରେ ପୁଲିସ ପ୍ରାରମ୍ଭିକ ତଦନ୍ତକୁ ରୋକିଛି ବୋଲି ଅଭିଯୋଗ କରିଛି ସଂସ୍ଥା।
Sambad is now on WhatsApp
Join and get latest news updates delivered to you via WhatsApp
‘ହ୍ୟୁମାନ ରାଇଟ୍ ୱାଚ୍’ ଏହି ପ୍ରକାରର ଘଟଣାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଦାବି କରିଛି । ସଂସ୍ଥାର ଦକ୍ଷିଣ ଏସିଆ ଡାଇରେକ୍ଟର ମିନାକ୍ଷୀ ଗାଙ୍ଗୁଲୀ କହିଛନ୍ତି କି, ଗୋରକ୍ଷା ଅଭିଯାନ ଏକ ଭିଡ ହିଂସାରେ ରୂପାନ୍ତରିତ ହୋଇଯାଇଛି, ଯାହା ବଦଳରେ ସଂଖ୍ୟାଲଘୁ ବର୍ଗର ଲୋକଙ୍କ ଉପରେ ଆକ୍ରମଣ ବଢ଼ିଛି ।
ମିନାକ୍ଷୀ ଗାଙ୍ଗୁଲୀ କହିଛନ୍ତି କି, ଗୋରକ୍ଷା ଅଭିଯାନର ପ୍ରାରମ୍ଭ ହିନ୍ଦୁ ଭୋଟ ହାସଲ ପାଇଁ କରାଯାଇଛି । କିନ୍ତୁ ଏହି ପଦକ୍ଷେପ ବଦଳି ଏବେ ଏକ ଫ୍ରି ପାସ୍ ବନିଯାଇଛି । ଯଦ୍ୱାରା ଭିଡ ଅଳ୍ପସଂଖ୍ୟକ ବର୍ଗଙ୍କ ଉପରେ ଆକ୍ରମଣ କରି ତାଙ୍କ ହତ୍ୟା କରୁଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୋ-ଚାଲାଣ ସଂପର୍କିତ ଅପରାଧଗୁଡିକର ସମାଲୋଚନା କରିଛନ୍ତି । ସେ କହିଛନ୍ତି କି ଏଭଳି ସମୂହ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍, ଯିଏ ହିଂସା ପାଇଁ ଧର୍ମକୁ ଢ଼ାଲ ଭାବେ ବ୍ୟବହାର କରନ୍ତି ।