ସହିପାରିଲେନି ସ୍ୱୟଂସହାୟକ ଗୋଷ୍ଠୀର ଅପମାନ, ଫେସବୁକରେ ଲାଇଭ କରି ଝୁଲିପଡିଲେ ତିନିଜଣ

କୋଲକାତା: ସହିପାରିଲେନି ସ୍ୱୟଂ ସହାୟକ ଗୋଷ୍ଠୀର ଅପମାନ | ବାରମ୍ବାର ଅପମାନିତ ହେବା ପରେ ଶେଷରେ ନିଜ ଜୀବନ ହାରିଦେଇଛନ୍ତି ଗୋଟିଏ ପରିବାରର କିଛି ସଦସ୍ୟ | ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବଖଖାଲିର ଏକ ପରିବାରର ତିନିଜଣ ସଦସ୍ୟ ଜଙ୍ଗଲରେ ଗଛରେ ଝୁଲିପଡି ଆତ୍ମହତ୍ୟା କରିଛନ୍ତି | ଏପରିକି ଆତ୍ମହତ୍ୟାର ଏହି ଦୃଶ୍ୟକୁ ଫେସବୁକରେ ଲାଇଭ ମଧ୍ୟ କରିଥିଲେ। ଜାନୁଆରୀ ୮ରେ ଏହି ଘଟଣା ଘଟିଥିଲା ​​| ଏହି ଭିଡିଓ ଅଭିଷେକଙ୍କ ଦ୍ୱାରା ଫେସବୁକ ଲାଇଭ କରାଯାଇଥିଲା ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ଭଉଣୀ କାମ କରୁଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ତାଙ୍କ ଭଉଣୀ ପୁନମଙ୍କୁ ୧୪ ଲକ୍ଷ ଟଙ୍କା ଅର୍ଥର ଅପବ୍ୟବହାର କରିଥିବା ଅଭିଯୋଗ କରିଥିଲେ ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜାନୁଆରୀ ୮ ରେ ତାଙ୍କ ଘର ବାହାରେ ଏକତ୍ରିତ ହୋଇ ସେମାନଙ୍କୁ ଅପମାନିତ କରିଥିଲେ | ପୁଲିସର ସୂଚନାନୁସାରେ, ମହିଳା ସଦସ୍ୟମାନେ ପ୍ରଥମେ ପରିବାରର ଚାରିଜଣ ସଦସ୍ୟଙ୍କୁ ଘରୁ ବାହାର କରି ଘରେ ତାଲା ପକାଇ ଦେଇଥିଲେ। ତା’ପରେ ସେମାନେ ପୁନମଙ୍କୁ ସାଙ୍ଗରେ ନେଇଗଲେ | ସ୍ଥାନୀୟ ଲୋକ କହିଛନ୍ତି ଯେ ପୁନମ ଏବଂ ତାଙ୍କ ସ୍ୱାମୀଙ୍କୁ ବନ୍ଧା ହୋଇ ଗାଁରେ ପ୍ୟାରେଡ କରାଯାଇଥିଲା। ଏହା ପରେ, ସେମାନଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଚାଲିଯାଇଥିଲେ |

ପୁଲିସ୍ କହିଛି ଯେ ଏହି ଘଟଣାକୁ ନେଇ ଅପମାନର ଶିକାର ହୋଇଥିବା ଅଶୋକ(ପୁନମଙ୍କ ସ୍ୱାମୀ), ରୀତା(ପୁନମଙ୍କ ଭାଉଜ) ଏବଂ ଅଭିଷେକ(ପୁନମଙ୍କ ଭାଇ)ଙ୍କୁ ଜଙ୍ଗଲକୁ ଯାଇ ଆତ୍ମହତ୍ୟା କରିଥିଲେ | ପୁନମଙ୍କୁ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାକୁ ନେଇ ପାଞ୍ଚଜଣ ମହିଳାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର