ସ୍ବାମୀଙ୍କ ପରକୀୟା ପ୍ରୀତି ଜାଣି ବି ସ୍ବାମୀଙ୍କୁ କ୍ଷମା କରିଦେଲେ ପତ୍ନୀ

ଆପଣମାନେ କେବେ ଶୁଣିଛନ୍ତି କି ବିବାହର ପରେ ପରେ ହିଁ ସ୍ୱାମୀଙ୍କ ଅନ୍ୟ ମହିଳାଙ୍କ ସହ ପରକୀୟା ସମ୍ପର୍କ ରହିବ? ଆଉ ଏହା ଜାଣିବା ପରେ ବି ସ୍ତ୍ରୀ ତାଙ୍କୁ କ୍ଷମା କରିଦେବା । ଆଜ୍ଞା ହଁ କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଆଲେକ୍ସଜାଣ୍ଡ୍ରିଆ ଆସେଭେଡୋ ୨୦୧୮ରେ ମାଇକେଲ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ | କିନ୍ତୁ, ଆଲେକ୍ସଜାଣ୍ଡ୍ରିଆ ଜାଣିବାକୁ ପାଇଲେ ଯେ ବିବାହର ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ସ୍ୱାମୀ ଅନ୍ୟତ୍ର ପ୍ରେମ କରୁଥିଲେ। ଯେତେବେଳେ ସେ ମୋବାଇଲ୍ ଚେକ୍ କଲେ ସ୍ୱାମୀଙ୍କ ବିଶ୍ୱାସଘାତକତା ଜାଣିପାରିଥିଲେ।

ଆଲେକ୍ସଜାଣ୍ଡ୍ରିଆ ଜାଣି ସାରିଥିଲେ ଯେ ତାଙ୍କ ସ୍ୱାମୀଙ୍କର ଅନ୍ୟତ୍ର ପ୍ରେମ ସମ୍ପର୍କ ରହିଛି। ଏହାପରେ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା। ରାଗରେ ଆଲେକ୍ସଜାଣ୍ଡ୍ରିଆ ସ୍ୱାମୀ ମାଇକେଲଙ୍କୁ ତାଙ୍କ ସାମ୍ନାରୁ ଯିବାକୁ କହିଥିଲେ। ଏହାପରେ ଆଲେକ୍ସଜାଣ୍ଡ୍ରିଆ ସ୍ୱାମୀଙ୍କୁ ଛାଡପତ୍ର ଦେବାର ଚିନ୍ତା କରି ନଥିଲେ ବରଂ ସେମାନଙ୍କ ସମ୍ପର୍କ କିପରି ଭଲ ହେବ ତାହା ଚେଷ୍ଟା କରିଥିଲେ। ସ୍ୱାମୀ ମାଇକେଲ ମଧ୍ୟ ତାଙ୍କ ଭୁଲକୁ ଗ୍ରହଣ କରିଥିଲେ। ସ୍ୱାମୀ କହିଥିଲେ ଯେ ସେ ଏଥିପାଇଁ ସର୍ବଦା ଅନୁତାପ କରିବେ। ଏହି ସମୟରେ ମାଇକେଲ ତାଙ୍କ ପତ୍ନୀଙ୍କୁ ମଦ୍ୟପାନ ଓ ଜୁଆ ଖେଳିବା ବିଷୟରେ କହିଥିଲେ। ଏହା ଜାଣିବାପରେ ଆଲେକ୍ସଜାଣ୍ଡ୍ରିଆ ଭାଙ୍ଗିପଡ଼ିଥିଲେ। ତା’ପରେ ସେ ନିଜ ସାଙ୍ଗ ଓ ପରିବାର ସହିତ ଏହି ବିଷୟରେ କଥା ହୋଇଥିଲେ।

ଏହି ସମୟରେ ସେ ତାଙ୍କ ସ୍ୱାମୀଙ୍କ ପ୍ରତି ନରମ ମନୋଭାବ ପ୍ରଦର୍ଶନ କରିଥିଲେ। ସ୍ୱାମୀ ମାଇକେଲ ମଧ୍ୟ ପତ୍ନୀ ଆଲେକ୍ସଜାଣ୍ଡ୍ରିଆଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା । ସ୍ୱାମୀ ପ୍ରତିଦିନ ତାଙ୍କ ସହିତ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରିବା ଆରମ୍ଭ କଲେ ।

ଆଲେକ୍ସଜାଣ୍ଡାର ସୋସିଆଲ ମିଡିଆରେ ନିଜର ଅଭିଜ୍ଞତାକୁ ସେୟାର କରିଛନ୍ତି। ଜଣେ ଲେଖିଛନ୍ତି – ମୁଁ ହୁଏତ ଏହା କରିପାରି ନଥାନ୍ତି କାରଣ ମୋର ବିଶ୍ୱାସ ଭାଙ୍ଗି ଯାଇଥାନ୍ତା । ଆହୁରି ଅନେକ ଲୋକ ଲେଖିଛନ୍ତି ଯେ ଆଲେକ୍ସଜାଣ୍ଡ୍ରା କ୍ଷମା କରି ଠିକ୍ କରିଛନ୍ତି ।

ସମ୍ବନ୍ଧିତ ଖବର