ବର୍ଷା ବିତ୍ପାତ: ହାଇଦ୍ରାବାଦର ଅଧିକାଂଶ ମୃତ୍ୟୁ କାନ୍ଥ ଓ ‌ଘର ଭୁଶୁଡ଼ିବାରୁ ହୋଇଛି

ହାଇଦ୍ରାବାଦ୍‌: ବୁଧବାର ଦିନ ହୋଇଥିବା ପ୍ରବଳ ବର୍ଷା ଭାରତର ପଶ୍ଚିମ ଏବଂ ଦକ୍ଷିଣ ଭାଗରେ ବ୍ୟାପକ କ୍ଷତି ଘଟାଇଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଏହି ବର୍ଷା ହେତୁ ୩୫ ଜଣଙ୍କର ଜୀବନ ଯାଇଛି। ଏହି ସବୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯିବାରୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।

ଲଗାଣ ବର୍ଷା ହେତୁ ହାଇଦ୍ରାବାଦ୍‌ରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ଗତ ୪୮ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

www.indiatoday.in

ହାଇଦ୍ରବାଦ୍‌ରେ ମୃତ୍ୟୁ ପ୍ରାୟତଃ ପ୍ରବଳ ବର୍ଷା ହେତୁ କାନ୍ଥ ଓ ଘର ଭୁଶୁଡ଼ିବା କାରଣରୁ ଘଟିଛି। ଆପଣ ଜାଣିଥିବ‌େ ନିଶ୍ଚୟ ଯେ ସମ୍‌ସାବାଦ୍‌ର ଗଗନପାହାଡ଼ ଅଞ୍ଚଳରେ ଏକ ଘର ଭୁଶୁଡ଼ି ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୨ଟି କାନ୍ଥ ଭୁଶୁଡ଼ିବା ଘଟଣାରେ ଚନ୍ଦ୍ରଗୁଡ୍ଡା ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସହରର ଇବାହିମପାଟନମ୍‌ ଅଞ୍ଚଳରେ ଏକ ଘରର ଛାଡ଼ ଭୁଶୁଡ଼ିବାରୁ ସେ ଘରେ ଥିବା ଜଣେ ମହିଳା ଓ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଛି।

News Digital Hai

ଗତ ୨ ଦିନ ଧରି ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପ୍ରଶାସନ ପକ୍ଷରୁ ଆଜି ବର୍ଷା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ସାମଗ୍ରୀ ବଣ୍ଟାଯାଇଛି। ଏନ୍‌ଡିଆରଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ତେଲେଙ୍ଗାନା ସରକାର ୨ ଦିନିଆ ଛୁଟି ଘୋଷଣା କରିଛନ୍ତି। ସ୍କୁଲ୍‌, କଲେଜ ସମେତ ସବୁ ଅଫିସ୍‌ ବନ୍ଦ ରହିଛି। ଲୋକମାନଙ୍କୁ ଘରେ ରହିବାପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର