ମୁଁ ଜାଣେ.. ମୁଁ ଜଣେ ଆତଙ୍କବାଦୀ ନୁହେଁ : ନଳିନୀ

ଚେନ୍ନାଇ : “ମୁଁ ଜାଣେ ମୁଁ ଜଣେ ଆତଙ୍କବାଦୀ ନୁହେଁ” ଜେଲରୁ ମୁକୁଳିବା ପରେ ଏପରି କଥା କହିଛନ୍ତି ରାଜୀବ ହତ୍ୟାକାଣ୍ଡ ମାମଲାର ଦୋଷୀ ନଳିନୀ ଶ୍ରୀହରନ ।

ସେ କହିଛନ୍ତି ଯେ ସେ ଜେଲରେ ଅନେକ ବର୍ଷ ଧରି ଯନ୍ତ୍ରଣା ଭୋଗିଥିଲେ । କିନ୍ତୁ ଗତ ୩୨ ଘଣ୍ଟା ତାଙ୍କ ପାଇଁ କଷ୍ଟକର ଥିଲା । ସେ ତାଙ୍କୁ ସମର୍ଥନ କରିଥିବା ଲୋକ, ତାମିଲନାଡ଼ୁର ଲୋକ ଓ ଓକିଲମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସୁପ୍ରିମକୋର୍ଟ ଶୁକ୍ରବାରଦିନ ରାଜୀବ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା ନଳିନୀ, ଆରପି ରବିଚନ୍ଦ୍ରନ, ରବର୍ଟ ପେସ, ଜୟକୁମାର, ସନ୍ଥନ, ମୁରୁଗାନଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ଶୁଣାଣି ବେଳେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ସେମାନଙ୍କ ମୁକ୍ତିକୁ ବିରୋଧ କରିଛି ।

ସୂଚନାଯୋଗ୍ୟ ଯେ, ୧୯୯୧ ମସିହା ମେ ୨୧ରେ ତାମିଲନାଡ଼ୁର ଶ୍ରୀପେରୁମବୁଦୁରଠାରେ ଆତ୍ମଘାତି ବୋମା ବିସ୍ଫୋରଣ କରି ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଧନୁ ନାମକ ଯୁବତୀ ଏହି ଆତ୍ମଘାତି ବୋମା ବିସ୍ଫୋରଣ କରିଥିଲା । ଏହି ହତ୍ୟା ପାଇଁ ଏଲଟିଟିଇ ପକ୍ଷରୁ ଏକ ୫ ଜଣିଆ ଟିମ ପଠାଇଥିଲା, ସେମାନଙ୍କ ମଧ୍ୟରୁ କେବଳ ନଳିନୀ ବର୍ତ୍ତିଯାଇଥିଲା ।

ଏହି ଘଟଣା ପରଠାରୁ ପ୍ରାୟ ୩୧ ବର୍ଷ ଧରି ନଳିନୀ ଓ ରହିଚନ୍ଦ୍ରନ ଜେଲରେ ଥିଲେ । ସେନିଆଙ୍କ କ୍ଷମା ପରେ ୨୦୦୦ରେ ନଳିନୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଯାଇଥିଲା ।

 

ସମ୍ବନ୍ଧିତ ଖବର