ଆଉ କିଛି ସପ୍ତାହ ପରେ ବାୟୁସେନାରେ ସାମିଲ ହେବ ବ୍ରହ୍ମସର ଏୟାର ଲଞ୍ଚଡ୍‌ ଭର୍ସନ

ନୂଆଦିଲ୍ଲୀ : ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତୀୟ ବାୟୁସେନାରେ ସାମିଲ ହେବ ଶକ୍ତିଶାଳୀ କ୍ରୁଜ ମିସାଇଲ ବ୍ରହ୍ମସର ସ୍ୱତନ୍ତ୍ର ଏୟାର ଲଞ୍ଚଡ୍‌ ଭର୍ସନ । ଏବେ ଏହାର ବ୍ୟବହାରିକ ପରୀକ୍ଷଣ ଚାଲିଛି ଓ ଏହା ନିର୍ଭୁଲ ଭାବେ ନିଜର ଲକ୍ଷ୍ୟଭେଦ କରୁଛି ବୋଲି ସୂଚନା ଦେଇଛନ୍ତି, ଭାରତୀୟ ବାୟୁସେନାର େଓ୍ଵଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡିଂ ଇନ ଚିଫ ଏୟାର ମାର୍ସାଲ ରଘୁନାଥ ନାମ୍ବିଆର । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମିସାଇଲ ବାୟୁସେନାରେ ସାମିଲ ହେବା ପରେ ବାୟୁସେନାର ମାରକ କ୍ଷମତା ଅନେକ ଗୁଣରେ ବୃଦ୍ଧି ପାଇବ । କାରଣ ବ୍ରହ୍ମସର ଘାତକ କ୍ଷମତା ସମଗ୍ର ବିଶ୍ୱର ଆଗଧାଡିର କ୍ରୁଜ ମିସାଇଲ ମାନଙ୍କ ମଧ୍ୟରେ ଅନ୍ୟତମ ।

କାରଗିଲ ଯୁଦ୍ଧ ସମୟରେ ବାୟୁସେନାର କ୍ଷମତା ସହ ତୁଳନା କରି ସେ କହିଛନ୍ତି ଯେ ସେତେବେଳେ ବାୟୁସେନା ପାଖରେ ଥିବା ଲେଜର ଗାଇଡଜେଡ ବମ ମାତ୍ର ୮ ରୁ ୧୦ କିମି ଦୂରରୁ ଯାଇପାରୁଥିଲା, କିନ୍ତୁ ଏବେ ବାୟୁସେନା ପାଖରେ ଥିବା ସ୍ପାଇସ ବମ, କ୍ରିଷ୍ଟାଲ ମେଜ ବମ ଆଦି ବହୁ ଦୂରକୁ ମାଡ କରିପାରିବ । ଏପରିକି ବ୍ରହ୍ମସ ପ୍ରାୟ ୪୫୦ କିମି ଦୂରକୁ ଲକ୍ଷ୍ୟଭେଦ କରିପାରିବ ।

ସମ୍ବନ୍ଧିତ ଖବର