ଆଇଏଏସ୍ ମନୋଜ ପରିଡ଼ାଙ୍କ କେନ୍ଦ୍ରରେ ନୂତନ ନିଯୁକ୍ତି

ନୂଆଦିଲ୍ଲୀ/ଚଣ୍ଡୀଗଡ଼ : ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଫିସର ମନୋଜ କୁମାର ପରିଡ଼ାଙ୍କୁ ରାସାୟନିକ ଅସ୍ତ୍ରଶସ୍ତ୍ର ରାଜିନାମା ରାଷ୍ଟ୍ରୀୟ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ସଚିବ ସ୍ତରର ନିଯୁକ୍ତି ମିଳିଛି। ଏହି ନୂତନ ନିଯୁକ୍ତି ପୂର୍ବରୁ ସେ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକଙ୍କ ପରାମର୍ଶଦାତା ରୂପେ କାର୍ଯ୍ୟ କରୁଥିଲେ। ରେଭେନ୍ସା ଓ ଜେଏନ୍‌ୟୁରୁ ଉଚ୍ଚଶିକ୍ଷା ଲାଭ କରିଥିବା ଶ୍ରୀ ପରିଡ଼ା ପ୍ରାୟ ୩୫ ବର୍ଷର ପ୍ରଶାସକୀୟ ଚାକିରିକାଳ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ ଆଣ୍ଡାମାନ-ନିକୋବରରେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଦାୟିତ୍ବ ସମ୍ପାଦନ କରିବା ସହିତ ପୁଡ଼ୁଚେରୀରେ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏବେ ସେ ଭାରତ ସରକାରଙ୍କ କ୍ୟାବିନେଟ୍ ସଚିବାଳୟ ଅଧୀନରେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର