ଦି ହେଗ୍: ସୋମବାର ଠାରୁ ଆରମ୍ଭ ହେଉଥିବା ଇଣ୍ଟର୍ନେସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ରେ (ଆଇସିଜେ) ଆରମ୍ଭ ହେଉଥିବା ହାଇ-ପ୍ରୋଫାଇଲ୍ କୁଳଭୂଷଣ ଯାଦବ ମାମଲାର ୪ ଦିନିଆ ଶୁଣାଣିରେ ଭାରତ ଓ ପାକିସ୍ତାନର ଶୀର୍ଷସ୍ତରୀୟ ଆଇନିଜ୍ଞମାନେ ଯୁକ୍ତି ଉପସ୍ଥାପନ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ଯାଦବଙ୍କୁ ପାକିସ୍ତାନୀ ସାମରିକ ଅଦାଲତ ଏପ୍ରିଲ୍ ୨୦୧୭ରେ ଗୁପ୍ତଚର ଓ ଆତଙ୍କବାଦ ଅଭିଯୋଗରେ ମୃତ୍ୟୁଦଣ୍ଡାଦେଶ ଦେଇଥିଲା।
ଫେବ୍ରୁଆରି ୧୮ ତାରିଖ ଅର୍ଥାତ୍ ଆଜି ଭାରତ ତା’ର ଯୁକ୍ତି ଉପସ୍ଥାପନ କରିବ। ଆସନ୍ତାକାଲି ଯୁକ୍ତି ଉପସ୍ଥାପନ ଲାଗି ସୁଯୋଗ ପାଇବ।
ଭାରତ ଫେବ୍ରୁଆରି ୨୦ ତାରିଖ ଦିନ ଭାରତ ଜବାବ ଦାଖଲ କରିବ ଓ ଫେବ୍ରୁଆରି ୨୧ ଅର୍ଥାତ୍ ଶେଷ ଦିନ ଜବାବ ଦାଖଲ କରିବ ପାକିସ୍ତାନ।
ଭାରତ ତରଫରୁ ପୂର୍ବତନ ସଲିସିଟର୍ ଜେନେରାଲ୍ ହରିଶ ସାଲ୍େଓ୍ଵ ଏବଂ ପାକିସ୍ତାନ ତରଫରୁ ବାରିଷ୍ଟର୍ ଖଓ୍ଵାର୍ କୁରେଶି ଆଇସିଜେରେ ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡ଼ିଛି।
୨୦୧୯ ଗ୍ରୀଷ୍ମଋତୁ ସୁଦ୍ଧା ଆଇସିଜେ ତା’ର ନିଷ୍ପତ୍ତି ଶୁଣାଇବ ବୋଲି ଆଶା କରାଯାଉଛି।