ବୃଦ୍ଧଙ୍କ ଶରୀରରେ କରୋନା ଟିକା ଦେଖାଇଲା ଚମତ୍କାର! ଅଚଳ ହୋଇଯାଇଥିବା ଅଙ୍ଗପ୍ରତ୍ୟେଙ୍ଗ କାମ କଲା

ଝାଡଖଣ୍ଡ: ଝାଡଖଣ୍ଡ ବୋକାରୋ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବସବାସ କରୁଥିବା ଜଣେ ବ୍ୟକ୍ତି ଦୀର୍ଘଦିନ ଧରି କଥା କହିପାରୁ ନଥିଲେ । ଏବେ କିନ୍ତୁ ଟିକା ନେବା ପରେ ସେ ସୁସ୍ଥ ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଉକ୍ତ ବ୍ୟକ୍ତିଙ୍କ ନାମ ଦୁଲାରଚନ୍ଦ ମୁଣ୍ଡା ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି।

ବୋକାରୋ ଜିଲ୍ଲା ଗୋମିୟା ପ୍ରଖଣ୍ଡ ପେଟରବାର ଗାଁରେ ଦୁଲାରଚନ୍ଦ ମୁଣ୍ଡା ବସବାସ କରନ୍ତି। ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣା ପରେ ତାଙ୍କୁ କଥା କହିବାରେ ଅସୁବିଧା ହେଉଥିଲା। ସେ କ’ଣ କହୁଛନ୍ତି ତାହା ସ୍ପଷ୍ଟ ଭାବେ ବୁଝି ହେଉ ନଥିଲା। ଏଥିସହିତ ତାଙ୍କର କିଛି ଅଙ୍ଗପ୍ରତ୍ୟେଙ୍ଗ ବି କାମ କରୁ ନଥିଲା।

କରୋନା ମହାମାରୀ ସମୟରେ ସଂକ୍ରମଣରୁ ବଞ୍ଚିବା ପାଇଁ ଟିକା ଅଭିଯାନ ଆରମ୍ଭ ହୋଇଥିଲା। ଲୋକଙ୍କୁ ଟିକା ଦିଆଗଲା। ଏହି କ୍ରମରେ ଦୁଲାରଚନ୍ଦ ମୁଣ୍ଡା ବି ସାମିଲ ହୋଇଥିଲେ। ତେବେ ଦୁଲାରଚନ୍ଦଙ୍କ ଶରୀରରେ କରୋନା ଟିକା ଚମତ୍କାର ଦେଖାଇଥିବା ତାଙ୍କ ପରିବାରବର୍ଗ ଓ ସାହି ପଡ଼ିଶା କହିଛନ୍ତି।

କାରଣ ଟିକା ନେବାର କିଛିଦିନ ପରେ ଦୁଲାରଚନ୍ଦ ମୁଣ୍ଡାଙ୍କୁ କଥା ହେବାରେ ଯେଉଁ ଅସୁବିଧା ହେଉଥିଲା ତାହା ଦୂର ହୋଇଯାଇଥିଲା। କାରଣ ଟିକା ନେବା ପରେ ସେ କ’ଣ କହୁଛନ୍ତି ତାହା ସ୍ପଷ୍ଟ ଭାବେ ବୁଝି ହୋଇଥିଲା। ଏଥିସହିତ ଶରୀର ଯେଉଁ ଅଙ୍ଗଗୁଡ଼ିକ ଅଚଳ ହୋଇଥିଲା। ତାହା ବି କାମ କରିବାକୁ ଆରମ୍ଭ କରିଥିଲା।

ଏହି ଘଟଣାର ଖବର ପ୍ରଘଟ ହେବା ପରେ ଦୁଲାରଚନ୍ଦ ମୁଣ୍ଡାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଡାକ୍ତରମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ଏହାକୁ ଏକ ଚମତ୍କାର ବୋଲି କୁହାଯାଉଛି । ଏହି ଘଟଣାର ତଦନ୍ତ ପାଇଁ ଏକ ମେଡିକାଲ ଟିମ ଗଠନ କରାଯାଇଛି।

 

ସମ୍ବନ୍ଧିତ ଖବର