‘ଆଧାରକାର୍ଡ’କୁ ପରିଚୟ ଭାବେ ବ୍ୟବହାର କରି ଭୋଟ ଦେଇ ହେବ: କୃଷ୍ଣାମୂର୍ତ୍ତି

ହାଇଦ୍ରାବାଦ: ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟିଏସ୍‌ କୃଷ୍ଣାମୂର୍ତ୍ତି ମଙ୍ଗଳବାର କହିଛନ୍ତି, ଆଧାରକାର୍ଡକୁ ବ୍ୟବହାର କରି ଭୋଟ ଦେଇ ହେବ। ବର୍ତମାନ ନିର୍ବାଚନ ଆୟୋଗ ଭୋଟ ପରିଚୟ ପତ୍ର ଅନୁପସ୍ଥିତିରେ ଅନ୍ୟ କାଗଜପତ୍ର ସହିତ ପାସପୋର୍ଟକୁ ମଧ୍ୟ ପରିଚୟ ପତ୍ର ଭାବରେ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି। ଆମ ପାଖରେ ଅନେକ କାର୍ଡ ଅଛି, ସେଥିପାଇଁ ଅନେକ କ୍ଷେତ୍ରରେ କେଉଁ କାଗଜପତ୍ର ଦିଆଯିବ ସେ ନେଇ ଜଟିଳ ପରିସ୍ଥିତି ଉପୁଜୁଛି। ସିଷ୍ଟମକୁ ନ ବିଗାଡ଼ିବା ପାଇଁ ଏକାଧିକ କାଗଜପତ୍ର ଜମା କରନ୍ତୁ ନାହିଁ। କେବଳ ଗୋଟିଏ କାର୍ଡ ସମ୍ପର୍କରେ ଚିନ୍ତା କରିବାର ବେଳ ଆସିଛି ବୋଲି କୃଷ୍ଣାମୂର୍ତ୍ତି କହିଛନ୍ତି।

ଯେତେବେଳେ ଆମେ କୌଣସି ବି ଅନ୍ୟ କାମରେ ଆଧାରକାର୍ଡକୁ ବ୍ୟବହାର କରୁଛେ, ସେତେବେଳେ ତାହା ଅସଲ ପରିଚୟ ପତ୍ର ଧରାଯିବ ବୋଲି କୃଷ୍ଣାମୂର୍ତ୍ତି କହିଛନ୍ତି। ଏହାକୁ ନିର୍ବାଚନ ବେଳେ ମଧ୍ୟ ବ୍ୟବହାର କରାଯାଇ ପାରିବ।

ଆଧାର ତା’ର ସ୍ଥାନରେ ମତଦାନ କାର୍ଡ ଭଳି ପ୍ରସ୍ତୁତ ହୋଇଛି। ଆପଣ କାହିଁକି ଭୋଟ ପରିଚୟପତ୍ର ଦରକାର କରୁଛନ୍ତି? ଯଦି ପ୍ରତ୍ୟେକ ମତଦାତାଙ୍କର ଆଧାରକାର୍ଡ ଅଛି, ତେବେ ଭୋଟ ପରିଚତ୍ରକୁ ଶେଷ କରିଦେବା ଦରକାର ଅଛି। କୃଷ୍ଣାମୂର୍ତ୍ତି କହିଛନ୍ତି, ନିର୍ବାଚନ ସମୟରେ ଆଧାରକାର୍ଡକୁ ଏକମାତ୍ର ପରିଚୟ ପତ୍ର ଭାବରେ ଗ୍ରହଣ କରାଯାଇ ପାରିବ। ସମଗ୍ର ଦେଶକୁ ଆଧାରକାର୍ଡ ବ୍ୟାପିଛି। ଉଭୟ କାର୍ଡକୁ ପରିଚୟ ପତ୍ର ଭାବରେ ଗ୍ରହଣ କରାଯାଇ ପାରିବ। ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି ୨୦୧୯ କିମ୍ବା ୨୦୨୦ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଙ୍କ ପାଖରେ ଆଧାରକାର୍ଡ ଥିବ ବୋଲି ସେ କହିଛନ୍ତି।

କୃଷ୍ଣମୂର୍ତ୍ତି କହିଛନ୍ତି, ହିମାଚଳ ପ୍ରଦେଶରୁ ଗୁଜୁରାଟ ବିଧାନସଭା ନିର୍ବାଚନକୁ ଅଲଗା ରଖିବା ଠିକ୍‌ ହେଉ ନାହିଁ। ଅଯଥାରେ ଏହା ଏକ ବିବାଦ ସୃଷ୍ଟି କରୁଛି। କୃଷ୍ଣମୂର୍ତ୍ତି କହିଛନ୍ତି ହିମାଚଳ ପ୍ରଦେଶ ନିର୍ବାଚନକୁ କିଛି ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇ ପାରିଥାନ୍ତା, ଯାହାଦ୍ୱାରା ଗୁଜୁରାଟ ନିର୍ବାଚନକୁ ସମୟ ମିଳି ପାରିଥାନ୍ତା। ମୁଁ ଜାଣି ପାରୁ ନାହିଁ ସେମାନେ କାହିଁକି ଏକ ସମୟରେ ନିର୍ବାଚନ କରୁ ନାହାନ୍ତି। ହିମାଚଳ ପ୍ରଦେଶ ଓ ଗୁଜୁରାଟ ନିର୍ବାଚନ ଏକା ସାଥୀରେ କରାଯାଇ ପାରି ଥାନ୍ତା ଅଥବା ହିମାଚଳ ନିର୍ବାଚନକୁ ୪ରୁ ୫ ଦିନ ପାଇଁ ସ୍ଥଗିତ କରାଯାଇ ପାରିଥାନ୍ତା।

ଆଧାର ତା’ର ସ୍ଥାନରେ ମତଦାନ କାର୍ଡ ଭଳି ପ୍ରସ୍ତୁତ ହୋଇଛି। ଆପଣ କାହିଁକି ଭୋଟ ପରିଚୟପତ୍ର ଦରକାର କରୁଛନ୍ତି? ଯଦି ପ୍ରତ୍ୟେକ ମତଦାତାଙ୍କର ଆଧାରକାର୍ଡ ଅଛି, ତେବେ ଭୋଟ ପରିଚତ୍ରକୁ ଶେଷ କରିଦେବା ଦରକାର ଅଛି। ନିର୍ବାଚନ ସମୟରେ ଆଧାରକାର୍ଡକୁ ଏକମାତ୍ର ପରିଚୟ ପତ୍ର ଭାବରେ ଗ୍ରହଣ କରାଯାଇ ପାରିବ। ସମଗ୍ର ଦେଶକୁ ଆଧାରକାର୍ଡ ବ୍ୟାପିଛି। ଉଭୟ କାର୍ଡକୁ ପରିଚୟ ପତ୍ର ଭାବରେ ଗ୍ରହଣ କରାଯାଇ ପାରିବ।
-ଟିଏସ୍‌ କୃଷ୍ଣାମୂର୍ତ୍ତି, ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ

ସୂଚନାଯୋଗ୍ୟ, ନିର୍ବାଚନ ଆୟୁକ୍ତ ଓମପ୍ରକାଶ ରାଓତ ଓ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋରାଙ୍କ ଉପସ୍ଥିତିରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଚଳ କୁମାର ଜ୍ୟୋତି ଗତ ଅକ୍ଟୋବରରେ ୧୨ରେ ହିମାଚଳ ପ୍ରଦେଶରେ ଆଗାମୀ ନଭେମ୍ବର୯ ଓ ଡିସେମ୍ବର ୧୮ ପୂର୍ବରୁ ଗୁଜୁରାଟ ବିଧାନସଭା ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ଆୟୋଗ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ନ ଥିଲେ।

ପରେ ଭାରତୀୟ ଜନତା ପାର୍ଟି ସାଂସଦ ବରୁଣ ଗାନ୍ଧି କହିଥିଲେ ନିର୍ବାଚନ ଆୟୋଗ ‘ଦାନ୍ତ ବିହୀନ ବାଘ’ ଭଳି କାମ କରୁଛି। ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନୀ ଖର୍ଚ୍ଚ ବାବଦରେ ଦାଖଲ କରୁ ନ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହିଁ। ପ୍ରକୃତରେ ନିର୍ବାଚନ ଆୟୋଗ ପାଖରେ ସେଭଳି କ୍ଷମତା ନାହିଁ ଅଥବା ସେହିଭଳି କ୍ଷତମା ଉପଲବ୍ଧ ହୋଇପାରୁ ନାହିଁ।

ସମ୍ବନ୍ଧିତ ଖବର