ପାକିସ୍ତାନକୁ ପାଣ୍ଠି ଦେବାକୁ ଆଇଏମ୍‌ଏଫ୍‌ର କଠୋର ସର୍ତ୍ତ

ନୂଆଦିଲ୍ଲୀ : ପାକିସ୍ତାନକୁ ୧.୧ ବିଲିଅନ ଡଲାରର ପାଣ୍ଠି ପ୍ରଦାନ କରିବା ଲାଗି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କଠୋର ସର୍ତ୍ତ ଜାରି କରିଛି। ଆଇଏମଏଫଠାରୁ ଅର୍ଥ ପାଇବାକୁ ହେଲେ ପାକିସ୍ତାନକୁ ଅନେକ କଠୋର ଆର୍ଥିକ ପଦକ୍ଷେପ ନେବାକୁ ହେବ। ବିତ୍ତୀୟ ନିଅଣ୍ଟରେ ଥିବା ବିପୁଳ ବ୍ୟବଧାନକୁ ହ୍ରାସ କରିବାକୁ ପଡ଼ିବ ବୋଲି ଆଇଏମଏଫ କହିଛି। ଏଥିସହିତ ପେଟ୍ରୋଲିୟମ ଉତ୍ପାଦ ଉପରେ ଜିଏସଟି ବୃଦ୍ଧି ପାଇଁ କହିଛି।

ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ହାର ୧ ପ୍ରତିଶତ ବୃଦ୍ଧି କରି ୧୮ ପ୍ରତିଶତ କରିବା କିମ୍ବା ପେଟ୍ରୋଲିୟମ, ତୈଳ ଏବଂ ଲୁବ୍ରିକାଣ୍ଟ (ପିଓଏଲ୍‌) ଉପରେ ୧୭ ପ୍ରତିଶତ ଜିଏସଟି ଲାଗୁ କରିବା ଲାଗି କହିଛି। ତେବେ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣକୁ ନେଇ ଦୁଇ ପକ୍ଷ ମଧ୍ୟରେ ମତପାର୍ଥ୍ୟକ ରହିଛି। ପାକିସ୍ତାନର ବିତ୍ତୀୟ ନିଅଣ୍ଟ ୯୦୦ ବିଲିଅନ ଟଙ୍କାରୁ ଅଧିକ ବା ଜିଡିପିର ୧ ପ୍ରତିଶତ ବୋଲି ଆଇଏମଏଫ କହୁଛି। କିନ୍ତୁ ପାକିସ୍ତାନ ଅଲଗା ହିସାବ ଦର୍ଶାଇ ଏହା ୪୦୦ରୁ ୪୫୦ ବିଲିଅନ ଟଙ୍କା ବୋଲି ଦର୍ଶାଉଛି।

ସମ୍ବନ୍ଧିତ ଖବର