ଇମ୍ରାନଙ୍କ ପରମାଣୁ ଯୁଦ୍ଧ ଧମକ

ଇସ୍‌ଲାମାବାଦ : କଶ୍ମୀର ସଂକ୍ରାନ୍ତ ଧାରା ୩୭୦ ଉଚ୍ଛେଦ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଏବେ ଭାରତକୁ ସିଧାସଳଖ ପରମାଣୁ ଯୁଦ୍ଧ ଧମକ ଦେଇଛି। ଏହି ପ୍ରସଙ୍ଗରେ ଭାରତ ବିରୋଧରେ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ମୁସ୍‌ଲିମ୍‌ ଦେଶର ଦ୍ବାରସ୍ଥ ହୋଇଥିବା ପାକିସ୍ତାନ ସବୁଆଡ଼ୁ ନିରାଶ ‌ହୋଇପଡ଼ିଛି। ନିଜର ହତାଶାଭାବ ପ୍ରକାଶ କରିବାକୁ ଯାଇ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଧମକ ଦେଇ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ତାଙ୍କ ଦେଶ ‌େଯକୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନାହିଁ। ଧାରା ୩୭୦କୁ ହଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଭୁଲ୍‌ କରିଛନ୍ତି ବୋଲି ସେ କହିଛନ୍ତି।

ଜି-୭ ଶିଖର ସମ୍ମିଳନୀ ଅବସରରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଅ‌ାଲୋଚନା ପରେ ଇମ୍ରାନ ଏଭଳି ଧମକ ଦେଇଛନ୍ତି। କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ‌ପ୍ରସ୍ତାବକୁ ମୋଦୀ ପ୍ରତ୍ୟାଖ୍ୟାନ କରିବା ପରେ କ୍ଷୁବ୍ଧ ହୋଇପଡ଼ିଥିବା ଇମ୍ରାନ କହିଛନ୍ତି ଯେ ୮୦ ଲକ୍ଷ କଶ୍ମୀରବାସୀଙ୍କ ସ୍ବାର୍ଥ ପାଇଁ ସଂଘର୍ଷ ଜାରି ରହିବ। ଦେଶବାସୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଜାତିସଂଘ ସମେତ ସମସ୍ତ ଆନ୍ତର୍ଜାତିକ ମଞ୍ଚରେ ପାକିସ୍ତାନ ପକ୍ଷରୁ କଶ୍ମୀର ପ୍ରସଙ୍ଗ ଉତ୍‌ଥାପନ କରାଯିବ। କିଛି ମୁସଲିମ ରାଷ୍ଟ୍ର ନିଜର ଅର୍ଥନୈତିକ ସ୍ବାର୍ଥ ପାଇଁ କଶ୍ମୀର ପ୍ରସଙ୍ଗ‌େର ଭାରତର ବିରୋଧ କରୁ ନାହାନ୍ତି। କିନ୍ତୁ ଠିକ୍ ସମୟରେ ସେମା‌େନ ନିଶ୍ଚିତ ଭାବେ ପାକିସ୍ତାନକୁ ସମର୍ଥନ କରିବେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ତିକ୍ତ ହେବାରେ ଲାଗିଛି। ବିଶ୍ବ ସମୁଦାୟ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ। ବିଶ୍ବ ସମୁଦାୟ ଏହାକୁ ଗୁରୁତ୍ବ ଦେଉ। କେହି ଭୁଲିଯିବା ଉଚିତ ନୁହେଁ ‌େଯ ଭାରତ ଓ ପାକିସ୍ତାନ ହେଉଛନ୍ତି ପରମାଣୁ ରାଷ୍ଟ୍ର। ସେମାନଙ୍କ ମଧ୍ୟରେ ଯୁଦ୍ଧ ହେଲେ କେବଳ ସଂପୃକ୍ତ ଅଞ୍ଚଳ ନୁହେଁ, ସାରା ବିଶ୍ବ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର