କଳା ହୋଇଗଲା ଇମ୍ରାନଙ୍କ ଟ୍ୱିଟର, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରୁଛନ୍ତି | ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ନିଜର ଫଟୋ ହଟାଇ ଏହାକୁ କଳା କରିଦେଇଛନ୍ତି | କଶ୍ମୀରରୁ ଧାରା ୩୭୦ ଉଠିବା ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅଧିକ ତିକ୍ତ ହୋଇଥିବାବେଳେ ପାକିସ୍ତାନ ଭାରତ ସହିତ ନିଜ କୂଟନୈତିକ ସମ୍ପର୍କକୁ ହ୍ରାସ କରିଛି । ଆଜି ଭାରତର ସ୍ୱାଧୀନତା ଦିବସକୁ ପାକିସ୍ତାନ ପକ୍ଷରୁ କଳା ଦିବସ ଭାବେ ପାଳନ କରାଯାଉଛି ।

DW

ଗତକାଲି (ଅଗଷ୍ଟ ୧୪) ଦିନ ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକ୍‌ ଅଧିକୃତ କଶ୍ମୀରରେ ଉଦ୍‌ବୋଧନ ଦେଇ ଭାରତକୁ ଯୁଦ୍ଧ ଧମକ ଦେଇଥିଲେ। ପିଓକେରେ ଇମ୍ରାନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବେ କଶ୍ମୀରରେ ଅଟକିବ ନାହିଁ ଏବଂ ପିଓକେରେ ମଧ୍ୟ ଆକ୍ରମଣ କରିବ।

ପିଓକେରେ ମୋଦୀ ସରକାର ଆକ୍ରମଣ କଲେ ଆମେ ଏହାର କଡ଼ା ଜବାବ ଦେବୁ ଏବଂ ଆମେ ମଧ୍ୟ ଯୁଦ୍ଧ ପାଇଁ ସଂପୂର୍ଣ୍ଣ ତୟାର ରହିଛୁ ବୋଲି ଇମ୍ରାନ କହିଥିଲେ । ବିଜେପି ଏବଂ ସଂଘ ପରିବାର ଏବେ କଶ୍ମୀରରୁ ଧାରା ୩୭୦ ହଟାଇ ସେଠାରେ ଭାରତୀୟ ସେନା ଦ୍ବାରା ଶାସନ ଚଳାଇଛନ୍ତି ଏବଂ ଏହା ମୁସ୍‌ଲିମ ବିରୋଧୀ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର