ଆମେରିକାରେ ଇମ୍ରାନ ଖାଁଙ୍କୁ କେହି ପଚାରୁ ନାହାନ୍ତି, ପାକିସ୍ତାନରେ ଅସନ୍ତୋଷ

ନ୍ୟୁୟର୍କ : ଏବେ ଆମେରିକାରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ତେବେ ଆମେରିକାରେ ମୋଦୀଙ୍କ ଲୋକପ୍ରିୟତା ଓ ପ୍ରତିପତ୍ତି ବଢିଚାଲିଥିବାବେଳେ ଇମ୍ରାନ ଖାଁ ଅଲୋଡା ହୋଇଯାଇଥିବା ପରି ଲାଗୁଛନ୍ତି । ଏହାକୁ ନେଇ ପାକିସ୍ତାନରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ନ୍ୟୁୟର୍କରେ ଓହ୍ଲାଇବା ପରେ ତାଙ୍କ ପାଇଁ ରେଡ କାର୍ପେଟ ବିଛାଯାଇଥିଲା । ତାଙ୍କୁ ସ୍ୱାଗତ କରିବାକୁ ଭାରତୀୟ ଅଧିକାରୀଙ୍କ ବ୍ୟତୀତ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ କେନିଥ ଜଷ୍ଟର, ଆମେରିକାର ଟ୍ରେଡ ଏଣ୍ଡ ଇକନୋମିକ ଆଫାୟାର୍ସ ବିଭାଗର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ଆସଲାନ ପ୍ରମୁଖ ।

 

କିନ୍ତୁ ସାଉଦି ଯୁବରାଜଙ୍କ ବିମାନରେ ଯାଇଥିବା ଇମ୍ରାନ ନ୍ୟୁୟର୍କରେ ଓହ୍ଲାଇବା ପରେ ତାଙ୍କୁ ସ୍ୱାଗତ କରିବାକୁ ଆମେରିକା ତରଫରୁ କେହି ନଥିଲେ । କେବଳ ଜାତିସଂଘରେ ଅବସ୍ଥାପିତ ପାକିସ୍ତାନର ସ୍ଥାୟୀ ଦୂତ ମେଲିହା ଲୋଧୀ ଉପସ୍ଥିତ ଥିଲେ । ତାଙ୍କ ପାଇଁ ରେଡ କାର୍ପେଟ ନାଁରେ ଏକ ଛୋଟିଆ ପାପୋଛ ପଡିଥିଲା । ଏହାକୁ ନେଇ ସବୁଆଡେ ବ୍ୟଙ୍ଗର ସରବ୍ୟ ହୋଇଛନ୍ତି ଇମ୍ରାନ । ପାକିସ୍ତାନୀ ସାମ୍ବାଦିକା ମାର୍ଭି ସରମଦ ଏକ ଟ୍ଵିଟ କରି ଲେଖିଛନ୍ତି ଯେ ଏହା ମୋଦୀ ବା ଇମ୍ରାନଙ୍କ ତୁଳନା ନୁହେଁ ବରଂ ଆଧୁନିକ ବିଶ୍ୱରେ ଭାରତ କେଉଁଠି ଅଛି ଓ ଆମେ କେଉଁଠି ଅଛୁ ତାହା ଦର୍ଶାଉଛି ।

ସମ୍ବନ୍ଧିତ ଖବର