ଚୀନ୍ ସମୁଦ୍ର ତଳେ ରେଳ ଧାରଣା ତିଆରି କରୁଛି ଆଉ ଆପଣମାନେ ଚୋରକୁ ଚୌକିଦାର କରୁଛନ୍ତି : ନବଜୋତ୍ ସିଂହ ସିଦ୍ଧୁ
ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବ୍ଜୋତ୍ ସିଂହ ସିଦ୍ଧୁ ପୁଲଓ୍ଵାମା ଆକ୍ରମଣ ପରଠାରୁ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବାରମ୍ବାର ମୋଦୀ ସରକାରଙ୍କୁ ଟାର୍ଗେଟ କରି ବିବାଦରେ ଛନ୍ଦି ହୋଇ ଚାଲିଛନ୍ତି ସିଦ୍ଧୁ । ପୂର୍ବରୁ ଅନେକ ଥର ସେ ମୋଦୀଙ୍କୁ ନେଇ କଟାକ୍ଷ କରିଥିବା ବେଳେ ଏବେ ପୁଣି ଥରେ ସେ ମୋଦୀଙ୍କ ବିରୋଧରେ ମତ ରଖିଛନ୍ତି । ଗୁରୁବାର ରାୟପୁର ଯାଇଥିବା ବେଳେ ସେ ମୋଦୀଙ୍କୁ ନେଇ ଯେଉଁ ବୟାନ ଦେଇଥିଲେ, ତାକୁ ନେଇ ଏବେ ବିବାଦ ଆରମ୍ଭ ହୋଇ ଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ରାୟପୁରରେ ଏକ ସଭାରେ ଯୋଗ ଦେଇ, ‘ଦୁନିଆ କେଉଁଠି ଯାଇ ପହଞ୍ଚିଲାଣି । ଚୀନ୍ ସମୁଦ୍ର ତଳେ ରେଳ ଧାରଣା ତିଆରି କଲାଣି, ଆମେରିକା ମଙ୍ଗଳ ଗ୍ରହକୁ ଯାଇ ଜୀବନର ସନ୍ଧାନ କଲାଣି, ଋଷ ରୋବୋଟିକ୍ ଆର୍ମି ତିଆରି କଲାଣି ଆଉ ଆପଣମାନେ ଚୋରକୁ ଚୌକିଦାର କରୁଛନ୍ତି?’ ବୋଲି କହିଥିଲେ ସିଦ୍ଧୁ । ତାଙ୍କର ଏଭଳି ବୟାନକୁ ନେଇ ଲୋକେ ବିରୋଧ ପ୍ରଦର୍ଶନ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି ।