ମାୟାବତୀଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ଉ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ପ୍ରାଶାସନିକ ଅଧିକାରୀ ନେତା ରାମଙ୍କ ବାସଭବନରେ  ଆୟକର ଚଢ଼ଉ ହୋଇଛି। ଟିକସ ଫାଙ୍କି ଅଭିଯୋଗରେ  ନେତା ରାମଙ୍କ ଲକ୍ଷ୍ନୌ ଏବଂ ଦିଲ୍ଲୀ ସ୍ଥିତ ବିଭିନ୍ନ ବାସଭବନରେ ଚଢ଼ଉ ହୋଇଛି। ବିଏସପି ସୁପ୍ରିମୋ ମାୟାବତୀଙ୍କର ଅତି ଘନିଷ୍ଠ ଥିବା ଏହି ୧୯୭୯ ବ୍ୟାଚ୍‌ର ଆଇଏଏସ ଅଫିସର ଟିକସ ଫାଙ୍କି କୋଟି କୋଟି ଟଙ୍କାର ମୁନ୍ନାଫା କମାଇଥିବା ଅଭିଯୋଗ ହୋଇଛି। ୨୦୦୭-୧୨ ମଧ୍ୟରେ ସେ ଗୃହ ବିଭାଗର ପ୍ରମୁଖ ସଚିବ ଥିଲେ ଏବଂ ଏହାପରେ ସେ ମାୟାବତୀଙ୍କ ପ୍ରମୁଖ ସଚିବ ରହିଲେ। ଅବସର ପରେ ସେ ମାୟାବତୀଙ୍କ ପରାମର୍ଶଦାତା ଥିଲେ।

ସମ୍ବନ୍ଧିତ ଖବର