ଇସ୍ରାଏଲ ଠାରୁ ୧୦୦ରୁ ଅଧିକ ସ୍ପାଇସ ବମ୍ କିଣିବ ଭାରତ

ନୂଆଦିଲ୍ଲୀ : ଇସ୍ରାଏଲ ଠାରୁ ୧୦୦ରୁ ଅଧିକ ସ୍ପାଇଶ ବମ୍ କିଣିବ ଭାରତ। ଏନେଇ ଇସ୍ରାଏଲ ସହ ଚୁକ୍ତି କରିଛି ଭାରତ। ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ଏହି ଡିଲ୍ ହୋଇଥିବା ଆଗାମୀ ୩ ମାସ ମଧ୍ୟରେ ଏହି ବମକୁ ଭାରତକୁ ଦେବ ଇସ୍ରାଏଲ। ଏହି ବମକୁ ପୂର୍ବରୁ ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ସମୟରେ ବ୍ୟବହାର କରିଥିଲା ଭାରତୀୟ ବାୟୁସେନା।

Dailymotion

ଏହି ଅତ୍ୟାଧୁନିକ ସ୍ପାଇସ ବମର ସବୁଠୁ ବଡ ବିଶେଷ୍ୱତ ହେଉଛି, ଏହା ଶତ୍ରୁପକ୍ଷ ଉପରେ ସଠିକ୍ ଟାର୍ଗେଟ କରିପାରିବ। ସ୍ପାଇସ ବମ୍ ଏକାସାଙ୍ଗରେ ୨୦୦୦ ବଙ୍କରକୁ ଧ୍ୱଂସ କରିପାରିବ । କିଛି ବର୍ଷ ପୂର୍ବେ ଭାରତ ଅତ୍ୟାଧୁନିକ ବମ ସ୍ପାଇସ-୨୦୦୦ର ୨୦୦ଟି ୟୁନିଟ୍ ଇସ୍ରାଏଲ ଠାରୁ କିଣିଥିଲା। ଯାହାକୁ ବାଲାକୋଟ ଏୟାରଷ୍ଟ୍ରାଇକରେ ବ୍ୟବହାର କରିଥିଲା ଭାରତୀୟ ବାୟୁସେନା। ଏହାଛଡା ସୁଖୋଇ-୩୦ ସହ ପରୀକ୍ଷଣ ସମୟରେ ମଧ୍ୟ ଏହି ବମର ବ୍ୟବହାର କରାଯାଇଥିଲା।

YouTube

ବାଲାକୋଟ ଆକ୍ରମଣ ସମୟରେ ଏହି ବମ୍ ଏଥିପାଇଁ ବ୍ୟବହାର କରାଯାଇଥିଲା କାରଣ ଆତଙ୍କବାଦୀମାନେ ବିଲ୍ଡିଂ ମଧ୍ୟରେ ଲୁଚି ରହିଥିଲେ। ଏହି ବମ୍ ପ୍ରଥମେ ଟାର୍ଗେଟରେ ଗର୍ତ୍ତ କରିବା ପରେ ଭିତରେ ପଡିଥାଏ। ଭାରତୀୟ ବାୟୁସେନା ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଉପରେ ୬ଟି ବମ ପକାଇଥିଲେ। ଆଉ ଆଖି ପିଛୁଳାକେ ଧ୍ୱଂସ ହୋଇଯାଇଥିଲା ଆତଙ୍କୀଙ୍କ ଆଡ୍ଡାସ୍ଥଳୀ।

ସମ୍ବନ୍ଧିତ ଖବର