ମହାକାଶକୁ ମଣିଷ ପଠେଇବା ପାଇଁ ଏକ ବୃହତ ଲଞ୍ଚ ପ୍ୟାଡ ନିର୍ମାଣ କରୁଛି ଭାରତ

ନୂଆଦିଲ୍ଲୀ : ୨୦୨୨ରେ ମହାକାଶକୁ ମାନବ ପଠାଇବାକୁ ଭାରତ ଲକ୍ଷ୍ୟ ରଖିଛି । ଏହି ଲକ୍ଷ୍ୟ ହାସଲ କରିହାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଭାରତର ମୁଖ୍ୟ ମହାକାଶ କେନ୍ଦ୍ର ଶ୍ରୀହରିକୋଟାଠାରେ ଏକ ସ୍ୱତନ୍ତ୍ର ଉତକ୍ଷେପଣ କେନ୍ଦ୍ର ନିର୍ମାଣ କରାଯାଉଛି । ଏହା ହେବ ଶ୍ରୀହରିକୋଟାଠାରେ ୩ୟ ଉଦକ୍ଷେପଣ କେନ୍ଦ୍ର । ଏହି କେନ୍ଦ୍ରରୁ ବଡ଼ ବଡ଼ (ମଣିଷ ଥିବା) ମହାକାଶ ଯାନ ପ୍ରେରଣ କରିହେବ । ଋଷିଆ ସହାୟତାରେ ଭାରତ ଏହି କାର୍ଯ୍ୟ କରୁଛି । ଏହାଛଡ଼ା ଗୁଜୁରାଟ ଉପକୂଳରେ ଇସ୍ରୋ ଏକ ଛୋଟ ମହାକାଶା କେନ୍ଦ୍ର ପ୍ରତିଷ୍ଠାକରୁଛି । ଏଠାରୁ ଛୋଟ ରକେଟ ଉତକ୍ଷେପଣ କରିହେବ ।
ଆସନ୍ତା ୨୦୨୨ ସୁଦ୍ଧା ଭାରତ ମହାକାଶକୁ ମଣିଷ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏହି ଲକ୍ଷ୍ୟକୁ ହାସଲ କରିବାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆସନ୍ତା ୨୦୨୨ ସୁଦ୍ଧା ଭାରତ ମହାକାଶକୁ ଜଣେ ନୁହେଁ ୩ ଜଣକୁ ପଠାଇବ ବୋଲି ଇସ୍ରୋ ଅଧ୍ୟକ୍ଷ କେ. ସିବନ କହିଛନ୍ତି । ସେ କହିଛନ୍ତି ଯେ ଶ୍ରୀହରିକୋଟା ରକେଟ ଉତକ୍ଷେପଣ କେନ୍ଦ୍ରରୁ ‘ଗଗନଯାନ’ ଉତକ୍ଷେପଣ ହେବାର ମାତ୍ର ୧୬ ମିନିଟ ମଧ୍ୟରେ ୩ ଜଣ ଭାରତୀୟ ମହାକାଶଚାରୀ ମହାକାଶରେ ପହଞ୍ଚିବେ । ସେମାନେ ଲୋ-ଆର୍ଥ ଅରବିଟରେ ୫ରୁ ୭ ଦିନ କଟାଇବା ପରେ ପୃଥିବୀ ପୃଷ୍ଠକୁ ଫେରିଆସିବେ ।

ସମ୍ବନ୍ଧିତ ଖବର