ସମସ୍ତଙ୍କୁ ‘ଆଶ୍ରୟ’ ସପକ୍ଷରେ କଂଗ୍ରେସ, ଧର୍ମଶାଳା ନୁହେଁ ଭାରତ: ରମଣ ସିଂହ

ନୂଆଦିଲ୍ଲୀ: ଆସାମର ରାଷ୍ଟ୍ରୀୟ ନାଗରିକ ପଂଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ଚିଠା ତାଲିକାକୁ ନେଇ କେନ୍ଦ୍ର ସରକାର ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବିତର୍କ ଜାରି ରହିଛି। ଆଜି ମଧ୍ୟ ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ପକ୍ଷରୁ ଭିନ୍ନ ମତ ପ୍ରକାଶ ପାଇଛି। କଂଗ୍ରେସ ନେତା ଚରଣ ଦାସ ମହନ୍ତ ଦେଶରେ ସମସ୍ତ ଅତିଥିଙ୍କ ପାଇଁ ‘ଆଶ୍ରୟ’ ଉପରେ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ସମୟରେ ହେଉ ବା ତା’ ପୂର୍ବରୁ, ଦେଶକୁ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ ଆଶ୍ରୟ ଦିଆଯାଇଛି। ଆମେ କାହାକୁ ଦେଶ ଛାଡ଼ି ପଳାଇବାକୁ କହିନାହୁଁ। କିଛି ଲୋକ ଅତିଥି ହୋଇ ଆସନ୍ତି, କିଛି ଗରିବ ମଧ୍ୟ ଆସନ୍ତି। ଆମେ ସେମାନଙ୍କୁ ଆଶ୍ରୟ ସହିତ ସୁରକ୍ଷା ଯୋଗାଇବା ଦରକାର। ଚରଣ ଦାସଙ୍କ ଏଭଳି ଯୁକ୍ତିକୁ ସମାଲୋଚନା କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି, ଭାରତ ଏକ ଧର୍ମଶାଳା ନୁହେଁ ଯେ ଯିଏ ଆସିବ ଏଠାରେ ରହିବାକୁ ସୁଯୋଗ ଦିଆଯିବ। କିଛି ଲୋକ ଏଠାକୁ ଜୋରଜବରଦସ୍ତ ଆସି ଏଠାକାର ବିଭିନ୍ନ ସମ୍ବଳକୁ ବ୍ୟବହାର କରୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ସେମାନଙ୍କୁ ଦେଶରୁ ଫେରିଯିବାକୁ ପଡ଼ିବ।

ସମ୍ବନ୍ଧିତ ଖବର