ଅସ୍ତ୍ରବିରତି ଉଲ୍ଲଂଘନର ଜବାବ, ଅନେକ ପାକ୍‌ ବଙ୍କର ଧ୍ବଂସ

ଶ୍ରୀନଗର: ପାକିସ୍ତାନ ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଜମ୍ମୁ କାଶ୍ମୀର ଅଖନୁର ସ୍ଥିତ ପଲ୍ଲନୱାଲାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତ ଏହାର କଡ଼ା ଜବାବ ଦେଇଛି। ଭାରତର ପାଲଟା ଆକ୍ରମଣରେ ପାକିସ୍ତାନ‌ର ଅନେକ ବଙ୍କର ଧ୍ବଂସ ହୋଇଯାଇଛି। ସେନା ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନର ଦେବା ସେକ୍ଟରରେ ୩ ଜଣ ପାକିସ୍ତାନୀ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ମଧ୍ୟ ଭାରତୀୟ ସେନା ଦ୍ବାରା ପିଓକେରେ ପାକିସ୍ତାନର ଅନେକ ଲଞ୍ଚ ପ୍ୟାଡ୍‌ ଧ୍ବଂସ କରିଥିଲା। ଜଣେ ପାକିସ୍ତାନୀ ସୈନିକ ମଧ୍ୟ ଏଥିରେ ନିହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ପୁଣି ଆଜି ଗୁଳିବର୍ଷା କରିବାରୁ ଭାରତ ପଟୁ ଗୋଳା ବର୍ଷା ହୋଇଥିଲା। ଏଥିରେ ପାକ୍‌ ସେନାର ବ୍ୟାପକ କ୍ଷତି ହୋଇଛି।

ସମ୍ବନ୍ଧିତ ଖବର