କ୍ୟୁଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ଭାରତ, ଭାରତର ଆକାଶକୁ ସୁରକ୍ଷା ଦେବ

ଭୁବନେଶ୍ୱର: ଆଜି ଭାରତ ପକ୍ଷରୁ କ୍ୟୁଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି । ଏହାକୁ ଡିଆରଡିଓର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା କରାଯାଇଛି । ଏହା ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର । ଏକ ଟ୍ରକରେ ଲାଗିଥିବା କାନିଷ୍ଟରରୁ ଏହି କ୍ୱିକ ରିଆକସନ ଏୟାର ଡିଫେନ୍ସ ମିସାଇଲର ପରୀକ୍ଷଣ କରାଯାଇଥିଲା ।

ଏହା ଭାରତର ଆକାଶ ସୀମାକୁ ସୁରକ୍ଷା ଦେବ । ଭାରତୀୟ ଆକାଶରେ ବିନା ଅନୁମତିରେ ପ୍ରବେଶ କରୁଥିବା ଶତ୍ରୁପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ ଏହା ଅବିଳମ୍ବେ ଧ୍ୱଂସ କରିଦେବ । ଏହି ମିସାଇଲଟି ଶତ୍ରୁର ରାଡାର, ଟ୍ୟାଙ୍କ, ବଙ୍କର ଆଦିକୁ ଧ୍ୱଂସ କରିବାର କ୍ଷମତା ରଖୁଛି । ଏହାର ବ୍ୟବହାରିକ ସଫଳ ପରୀକ୍ଷଣ ପରେ ଏହା ସେନାରେ ସାମିଲ ହେବାର ସମ୍ଭାବନା ବଢିଯାଇଛି । ଅନ୍ୟପକ୍ଷରେ ଭାରତୀୟ ବାୟୁସେନା ଆଜି ପାକିସ୍ତାନରେ ଥିବା ଟାର୍ଗେଟ ଉପରେ ଆକ୍ରମଣ କରି ଧ୍ୱଂସ କରିବା ପରେ ଏହି ପରୀକ୍ଷାର ଗୁରୁତ୍ୱ ବଢିଯାଇଛି ।

ସମ୍ବନ୍ଧିତ ଖବର