ରାଫେଲ ସହିତ ଭାରତ ପାଇବ ମାରାତ୍ମକ ସ୍କାଲପ ମିସାଇଲ, ସମଗ୍ର ଦକ୍ଷିଣ ଏସିଆରେ ଏହାର ଜବାବ କାହା ପାଖରେ ନାହିଁ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୮ରେ ଭାରତ ପାଇବ ଅତ୍ୟାଧୁନିକ ରାଫେଲ ଲଢୁଆ ବିମାନ । ଭାରତୀୟ ଉପମହାଦେଶରେ ଏହି ଅତ୍ୟାଧୁନିକ ବିମାନଟି ଶକ୍ତି ସନ୍ତୁଳନକୁ ଅନେକ ମାତ୍ରାରେ ବଦଳାଇ ରଖିଦେବ । ପାକିସ୍ତାନ ପାଖରେ ଆମେରିକାର ଅତ୍ୟାଧୁନିକ ଏଫ-୧୬ ଲଢୁଆ ବିମାନଥିବାବେଳେ ଶକ୍ତି ଓ ଦକ୍ଷତାରେ ତାହା ରାଫେଲ ସହିତ ତୁଳନୀୟ । କିନ୍ତୁ କାହିଁକି ରାଫେଲକୁ ଏତେ ଗୁରୁତ୍ୱ ଦିଆଯାଉଛି ? ପ୍ରକୃତ କଥା ହେଉଛି ରାଫେଲ ସହିତ ଯେଉଁ େଓ୍ଵପନ ସିଷ୍ଟମ ବା ଅସ୍ତ୍ରଶସ୍ତ୍ର ଲାଗୁଛି ତାହା ହିଁ ଚୀନ, ପାକିସ୍ତାନ ପାଇଁ ଚିନ୍ତାର ବିଷୟ ହେବ ।

ରାଫେଲ ସହିତ ଦୁଇଟି ମୁଖ୍ୟ ମିସାଇଲ ସିଷ୍ଟମ ଫ୍ରାନ୍ସ ଭାରତକୁ ଦେବାକୁ ଚୁକ୍ତି ହୋଇଛି । ତାହା ହେଉଛି ଷ୍ଟର୍ମ ସାଡୋ କ୍ରୁଇଜ ମିସାଇଲ ବା ସ୍କାଲପ ଓ ମେଟେର ମିସାଇଲ । ଆସନ୍ତା ବର୍ଷ ମେ ସୁଦ୍ଧା ଏଗୁଡ଼ିକ ଭାରତରେ ପହଞ୍ଚିବ । ଶତ୍ରୁପକ୍ଷର ଭିତରେ ପଶି ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟକୁ ଅତ୍ୟନ୍ତ ନିର୍ଭୁଲଭାବେ ମାଡକରି ନଷ୍ଟ କରିବାରେ ସ୍କାଲପର ଦକ୍ଷତା ଅତୁଳନୀୟ । ପ୍ରାୟ ୩୦୦ କିମି ଦୂରତ୍ୱ ପର୍ଯ୍ୟନ୍ତ ମାଡକରିପାରୁଥିବା ସ୍କାଲପ ମିସାଇଲ ଶତ୍ରୁପକ୍ଷର ଏୟାରଡିଫେନ୍ସ ସିଷ୍ଟମକୁ ଚକମା ଦେଇପାରିବ । ଅନ୍ୟପକ୍ଷରେ ମେଟେର ମିସାଇଲର ମାରକ କ୍ଷମତା ୧୫୦ କିଲୋମିଟର । ଏହାର କ୍ଷମତା ଆମେରିକାର ଆମରାମ କ୍ଷେପଣାସ୍ତ୍ର ଠାରୁ ଅଧିକ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର