କାହିଁକି ଆଜିର ଯୁବପିଢ଼ି ବିବାହ କରିବାକୁ ଚାହୁଁନାହାନ୍ତି? କାରଣ କହିଲେ ସ୍ବାମୀ ଗୌର ଗୋପାଳ ଦାସ

ନୂଆଦିଲ୍ଲୀ: ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ମାନସିକତା। କାର୍ଯ୍ୟ ବ୍ୟସ୍ତତା ହେତୁ ଏବେ ଲୋକଙ୍କ ପାଖରେ ସମୟର ଅଭାବ ଦେଖାଯାଉଛି। ସମୟ ସହ ଲୋକେ ବଦଳିବା ସହ ବିବାହକୁ ନେଇ ଏକ ନୂଆ ମାନସିକତା ଯୁବପିଢ଼ିଙ୍କ ମଧ୍ୟରେ ଆସୁଥିବା ଦେଖାଯାଉଛି। କିଛି ଯୁବକ-ଯୁବତୀ ବିବାହକୁ ସେତେଟା ଗୁରୁତ୍ବ ନଦେଇ ଏକା ରହିବାକୁ ନିଷ୍ପତ୍ତି ନେଉଛନ୍ତି। ଦିନ ଗଡ଼ିବା ସହ ଅବିବାହିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହା ପଛର କାରଣ ଜଣାଇଛନ୍ତି ସ୍ବାମୀ ଗୌର ଗୋପାଳ ଦାସ।

ସେ କହିଛନ୍ତି ଯେ, ଆଜିକାଲି ବିବାହର ଅର୍ଥ ବଦଳି ଗଲାଣି। ଆଜିର ଯୁବପିଢ଼ିମାନେ ବିବାହ କରିବାକୁ ଚାହୁଁନାହାଁନ୍ତି। କାରଣ ସେମାନେ ବିବାହରେ ବିଫଳତା ଦେଖୁଛନ୍ତି। ଯଦି ସେମାନେ ଏକାଧିକ ବିବାହ ବିଫଳ ହେଉଥିବାର ଦେଖିବେ, ତେବେ ସେମାନେ କାହିଁକି ବିବାହ କରିବେ? ଅନେକ ଯୁବପିଢ଼ି ପ୍ରେମ ସଂପର୍କରେ ଅଛନ୍ତି ଏବଂ କିଛି ବିବାହ କରିଛନ୍ତି। ହେଲେ ସମସ୍ତେ ଏହା ଜାଣିବା ଉଚିତ ଯେ ସେମାନଙ୍କ ଜୀବନସାଥୀ ସର୍ବଗୁଣ ସଂପନ୍ନ ନୁହନ୍ତି। ତେଣୁ ଯେତେବେଳେ ଆମେ ଆମ ବିବାହକୁ ନେଇ ବହୁତ ଆଶା ରଖିଥାଉ, ସେତେବେଳେ ଆମ ଆଶା ପୂରଣ ନହେଲେ ବିବାହରେ ସମସ୍ୟା ଦେଖାଯାଇଥ‌ାଏ। ତେଣୁ ଯଦି ଆପଣ ଲିଭ୍-ଇନରେ ଅଛନ୍ତି କିମ୍ବା ବିବାହ କରିଛନ୍ତି, ତେବେ ସବୁ ପରିସ୍ଥିତିରେ ପରସ୍ପରର ସାଥ୍ ଦିଅନ୍ତୁ। ସମ୍ପର୍କ ମଜବୁତ ରଖିବା ପାଇଁ ଆମକୁ ଅନେକ ଜିନିଷ କରିବାକୁ ପଡେ। ୬ମାସ ଏକାଠି ରହି ଆପଣ ପରସ୍ପରକୁ ବୁଝିପାରିବେ ନାହିଁ। ସେଥିପାଇଁ ସମୟ ଲାଗେ।

ସମ୍ବନ୍ଧିତ ଖବର