ଜାତିସଂଘକୁ ଚେତାଇଲା ଭାରତ, ମାସୁଦ ଆଝାର ପ୍ରତି କାହାର ଦରଦ!

ଜାତିସଂଘ: ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖିଆ ମାସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଭାରତର ପ୍ରୟାସକୁ ଜାତିସଂଘ ନିରାପତ୍ତା ପରିଷଦରେ ରୋକା ଯାଉଥିବାରୁ ଏଥିପାଇଁ ଜାତିସଂଘର ଆଭିମୁଖ୍ୟ ନେଇ ଭାରତ ପ୍ରଶ୍ନ ଉଠାଇଛି। ଆତଙ୍କବାଦୀଙ୍କ ଉପରେ କଟକଣା ଲଗାଇବାକୁ ରହିଥିବା କମିଟିର କାର୍ଯ୍ୟ କିଭଳି ସଂଚାଳିତ ହେଉଛି ଏବଂ ଏଥିରେ ଜାତିସଂଘର ଭୂମିକା କ’ଣ ବୋଲି ଭାରତ ପ୍ରଶ୍ନ କରିଛି। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ମଧ୍ୟ ଜାତିସଂଘରେ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଘେରିଥିଲେ ଏବଂ ଜାତିସଂଘ ବିଶ୍ବ ଶାନ୍ତି ଦିଗରେ ତତ୍ପରତାର ସହ କାର୍ଯ୍ୟ କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର