ଭାରତୀୟ ବାୟୁସେନା ଏହି ହିନ୍ଦୀ କବିତା ଜରିଆରେ ପାକିସ୍ତାନକୁ କଲେ ଟ୍ରୋଲ୍, ସାମ୍ନାକୁ ଆଣିଲେ ଏୟାର ଷ୍ଟ୍ରାଇକ୍‌ର ସତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ୍‌) ଶୁକ୍ରାବାର ଦିନ ଏକ ହିନ୍ଦୀ କବିତା ଲେଖି ପାକିସ୍ତାନକୁ ଟ୍ରୋଲ କରିଛନ୍ତି। ଆଇଏଏଫ୍‌ ତରଫରୁ ପୋଷ୍ଟ କରାଯାଇଥିବା ଏହି କବିତା ସହିତ ଏକ ଜେଟର ଫଟୋ ପୋଷ୍ଟ କରିଛନ୍ତି। କୁହାଯାଉଛି କି, ପାକିସ୍ତାନର ବାଲାକୋଟରେ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣ ପରେ ଆଇଏଏଫର ଏହି କବିତା ପାକିସ୍ତାନକୁ ଦେଇଛି କଡ଼ା ଜବାବ।

ଫେବ୍ରୁଆରି ୧୪ରେ ପୁଲଓ୍ଵାମାରେ ସିଆରପିଏଫ୍‌ର ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ଫେବ୍ରୁଆରି ୨୬ରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିଥିଲେ। ଭାରତୀୟ ବାୟୁସେନାର ଅଧିକାରୀ ଟୁଇଟର ହ୍ୟାଣ୍ଡେଲ @iaf_mcc ତରଫରୁ ଏହି କବିତା ଶୁକ୍ରବାର ପୋଷ୍ଟ କରାଯାଇଛି। ଏହି କବିତାକୁ ବିପିନ୍‌ ଇଲାହାବାଦୀ ଲେଖିଛନ୍ତି। କବିତାର ଶୀର୍ଷକ ‘ହଦ ସରହଦ କି’ ରଖାଯାଇଛି। ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ସତ୍ୟ ଘଟଣାକୁ ଏହି କବିତା ଜରିଆରେ ଭାରତୀୟ ବାୟୁସେନା ପାକିସ୍ତାନକୁ ଜଣାଇ ଦେଇଛି । ଏହି କବିତା ଆରମ୍ଭରେ ଜଣେ ଯୋଦ୍ଧା ବିଷୟରେ କୁହାଯାଇଛି, ଯାହାର ନାମ ରହିଛି ‘ମରିଚିକା’ (ମିରାଜ)।

ସମ୍ବନ୍ଧିତ ଖବର