ତୁଷାର ଭର୍ତ୍ତି ପାହାଡ ଉପରେ କାଲା ଚଷମା ଗୀତରେ ନୃତ୍ୟ କରି ମନକୁ ହାଲୁକା କରୁଛନ୍ତି ଯବାନ

ନୂଆଦିଲ୍ଲୀ: ବଲିଉଡର ‘କାଲା ଚଷମା’ ଗୀତର ଲୋକପ୍ରିୟତା ଖୁବ ରହିଛି। ଏହି ଗୀତରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ଏହି ଗୀତରେ ନୃତ୍ୟ କରିବା ସହିତ ରିଲ ବି କରୁଥିବା ନଜରକୁ ଆସିଛି। ନିକଟରେ ସୋସିଆଲ ମିଡିଆରେ ଭାରତୀୟ ସେନା ଯବାନ ଏହି ଗୀତରେ ନୃତ୍ୟ କରୁଥିବାର ଭିଡିଓ ଭାଇରାଲ ହୋଇଛି।

ଭାରତୀୟ ସେନା ମଜା କରିବା ସହିତ ସେମାନେ ନିଜ କର୍ତ୍ତବ୍ୟରେ କେବେ ହେଳା କରନ୍ତି ନାହିଁ। ସେମାନଙ୍କ ପାଇଁ ଆମେ ଘରେ ନିର୍ଭୟରେ ଶୋଇ ପାରୁଛେ। ସେମାନେ ରାତି କ’ଣ ଦିନ କ’ଣ ଖରା, ବର୍ଷା ଓ ଶୀତରେ ନିଜ ଜୀବନକୁ ବାଜି ଲଗାଇ ଆମ ଦେଶର ରକ୍ଷା କରି ଆସୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଯବାନଙ୍କ ଏହି ଭିଡିଓ ୫୨ ସେକେଣ୍ଡର ରହିଛି। ଏହି ଭିଡିଓରେ ୮ ଜଣ ଯବାନ ବରାଫାବୃତ ପର୍ବତ ଉପରେ ନାଚୁଥିବାର ନଜର ଆସିଛନ୍ତି। ଚାରିଆଡେ ଜଙ୍ଗଲ ପର୍ବତ ଉପରେ ତୁଷାର ମଧ୍ୟ ଦେଖାଯାଉଛି। ସମସ୍ତ ଯବାନ ୟୁନିଫର୍ମ ପିନ୍ଧିଛନ୍ତି। ଏହା ସହିତ ଆଖିରେ କଳା ଚଷମା ଲଗାଇ ‘କାଲା ଚଷମା ଗୀତରେ’ ନୃତ୍ୟ କରୁଛନ୍ତି ଯବାନ ।

 

ତେବେ ଏହି ଭିଡିଓରୁ ଜଣାପଡ଼ୁଛି ଯେ ଯେତେ କଷ୍ଟକର ପରିସ୍ଥିତି ଥାଉ ନା କାହିଁକି ଆମ ଯବାନମାନେ ନିଜକୁ ଖାପଖୁଆଇ ନିଅନ୍ତି। ଆଉ ଭାରତୀୟ ଯବାନମାନେ ସେମାନଙ୍କ କଠିନ କର୍ତ୍ତବ୍ୟ ମଧ୍ୟରେ ଏପରି ହାଲୁକା ମୁହୂର୍ତ୍ତ ବାହାର କରନ୍ତି। ଏହାପୂର୍ବରୁ ଯବାନମାନଙ୍କର ଅନେକ ନୃତ୍ୟ ଭିଡିଓ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର