ଭାରତୀୟ ସେନାର ମାନବିକତା, ଆହତ ଆତଙ୍କବାଦୀକୁ କାନ୍ଧରେ ବୋହିଲେ ଯବାନ

ଶ୍ରୀନଗର : ଜଣେ ସୈନିକର ହୃଦୟ କେତେ ବଡ଼ ହୋଇପାରେ, ସାଥି ଯବାନ ଶହୀଦ ହେବା ପରେ ବି ମନରେ କେତେ ମମତାର ପାହାଡ଼ ଗଢି ହୁଏ, ତାହା ଏବେ ଦେଖାଇଛନ୍ତି ଭାରତୀୟ ସେନାର କିଛି ଯବାନ | କାଶ୍ମୀରରେ ସୁରକ୍ଷାକର୍ମୀମାନେ ଏବେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଜାରି ରଖିଥିବାବେଳେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି |

photo-oneindia

ଘଟଣାଟି କିଛି ଏହିପରି। ଦକ୍ଷିଣ କାଶ୍ମୀରର ବିଜବେହେରା ଅଞ୍ଚଳରେ ଜଣେ ଆହତ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ | ସେହି ଆତଙ୍କୀର ନାମ ଅରିଫ ହୁସେନ ହୋଇଥିବାବେଳେ ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଥିଲା | ସାଥି ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ | ତେବେ ଅଳ୍ପକେ ବର୍ତ୍ତି ଯାଇଥିଲା ଅରିଫ | ଜଙ୍ଗଲରେ ଗୁରୁତର ଅବସ୍ଥାରେ ଅରିଫ ପଡିଥିବାବେଳେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିଲା |

PHOTO-ZEENEWS

ସୁରକ୍ଷାକର୍ମୀ ଅରିଫକୁ ଭାରରେ ବୋହି ଜଙ୍ଗଲ ବାହାରକୁ ଆଣିଥିଲେ | ତା’ପରେ ଚିକିତ୍ସା ପାଇଁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଥିଲେ | କିଛି ବିଛିନ୍ନତାବାଦୀ ନେତା ଓ ଭାରତରେ ରହି ଭାରତକୁ ଅସମ୍ମାନ କରିବାକୁ ଚାଁହୁଥିବା ଲୋକ ସେନାର ଆଚରଣକୁ ନେଇ ପ୍ରଶ୍ନ କରୁଛନ୍ତି ସତ କିନ୍ତୁ ଏହା ଦେଖିବା ପରେ ସେମାନଙ୍କ ମୁହଁ ନିଶ୍ଚିତ ବନ୍ଦ ହୋଇଯିବ ।

ସମ୍ବନ୍ଧିତ ଖବର