‘ସ୍ମରର୍ଚ୍ଚ ମିସାଇଲ୍ ଓ ମଲଟି ବ୍ୟାରେଲ ରକେଟ’ର ସଫଳ ପରୀକ୍ଷଣ କଲା ଭାରତୀୟ ସେନା, ୯୦ କିମି ପର୍ଯ୍ୟନ୍ତ ଯାଇ କରିବ ଲକ୍ଷ୍ୟଭେଦ
ନୂଆଦିଲ୍ଲୀ: ୯୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଗତିକରି ଅତ୍ୟନ୍ତ ସଫଳତା ପୂର୍ବକ ଲକ୍ଷ୍ୟଭେଦ କରିପାରୁଥିବା ‘ସ୍ମରର୍ଚ୍ଚ ମିସାଇଲ୍ ଓ ମଲଟି ବ୍ୟାରେଲ ରକେଟ’ର ସଫଳ ପରୀକ୍ଷଣ ଗତ ସୋମବାର ଦିନ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ହୋଇ ଯାଇଛି। ରାଜସ୍ଥାନର ପୋଖରାନ୍ ଫାୟାରିଂ ରେଞ୍ଜ୍ରୁ ଏହି ପରୀକ୍ଷଣ କରାଯାଇଥିଲା। ଭାରତ ଓ ଋଷିଆର ମିଳିତ ଉଦ୍ୟମରେ ନିର୍ମିତ ‘ସ୍ମରର୍ଚ୍ଚ ମିସାଇଲ୍ ଓ ମଲଟି ବ୍ୟାରେଲ ରକେଟ’ର ଦୁଇଟି ସଂସ୍କରଣ ୯ଏମ୍ଏମ୍ଏଫ୍ ଓ ୯.୫୫ କେର ଏହି ଗତକାଲି ସଫଳ ପରୀକ୍ଷଣ ହୋଇଥିବା ଭାରତୀୟ ସେନା ବିଭାଗ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନର ପୋଖରାନ୍ ଫାୟାରିଂ ରେଞ୍ଜ୍ରେ ଗତ ସୋମବାର ଦିନ ଆୟୋଜିତ ହୋଇଥିବା ଏହି ପରୀକ୍ଷଣ ସମୟରେ ଉଭୟ ଭାରତ ଓ ଋଷିଆର ବୈଜ୍ଞାନିକ ଓ ସାମରିକ ଯୁଦ୍ଧାସ୍ତ୍ର ବିଶାରଦମାନେ ଉପସ୍ଥିତ ଥିଲେ। ଗତକାଲି ସଫଳ ପରୀକ୍ଷଣ ହୋଇଥିବା ‘ସ୍ମରର୍ଚ୍ଚ ମିସାଇଲ୍ ଓ ମଲଟି ବ୍ୟାରେଲ ରକେଟ’ର ଏହି ଦୁଇଟି ସଂସ୍କରଣ ୯ଏମ୍ଏମ୍ଏଫ୍ ଓ ୯.୫୫ କେର ବିଶେଷତ୍ୱ ହେଲା ଉତ୍କ୍ଷେପଣ ମଧ୍ୟ ଏହାର ଦିଗ ଓ ଲକ୍ଷ୍ୟସ୍ଥଳକୁ ପରିବର୍ତ୍ତନ ଓ ନିୟନ୍ତ୍ରଣ କରାଯାଇ ପାରିବ। ପୂର୍ବରୁ ୨୦୧୭ରେ ହୋଇଥିବା ଏହାର ପରୀକ୍ଷଣ ବିଫଳ ହୋଇଥିବା ବେଳେ ଗତକାଲି ହୋଇଥିବା ପରୀକ୍ଷଣ ସଫଳ ରହିଥିଲା। ‘ସ୍ମରର୍ଚ୍ଚ ମିସାଇଲ୍ ଓ ମଲଟି ବ୍ୟାରେଲ ରକେଟ’ର ଏହି ଦୁଇଟି ସଂସ୍କରଣ ୯ଏମ୍ଏମ୍ଏଫ୍ ଓ ୯.୫୫ କେର ସଫଳ ପରୀକ୍ଷଣ ପରେ ଭାରତୀୟ ସେନା ଆହୁରି ବଳଶାଳୀ ହୋଇ ପାରିଥିବା କହିଛନ୍ତି ସାମରିକ ବିଶାରଦମାନେ। ପୂର୍ବରୁ ଭାରତୀୟ ସେନା ନିକଟରେ ‘ପିନାକ୍’ ନାମରେ ଏହି ଧରଣର ଅନ୍ୟ ଏକ ମିସାଇଲ୍ ମହଜୁଦ୍ ଥିଲା। ତେବେ, ପିନାକ୍ ମାତ୍ର ୭୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଅତିକ୍ରମ କରି ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥିଲା।