ଭାରତୀୟ ସେନାକୁ ଖୁବ୍‌ଶୀଘ୍ର ମିଳିବ ୪୦୦ ଅତ୍ୟାଧୁନିକ ତୋପ, ଚୀନ-ପାକିସ୍ତାନ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ: ଭାରତୀୟ ସେନା ଆହୁରି ଅଧିକ ଶକ୍ତିଶାଳୀ ହେବ। ସେନାକୁ ୪୦୦ ଅତ୍ୟାଧୁନିକ ତୋପ ମିଳିବ। ହୋବିତ୍ୟର ଏବ୍‌୭୭୭ ଭଳି ଅତ୍ୟାଧୁନିକ ତୋପଗୁଡ଼ିକ ଚୀନ ଓ ପାକିସ୍ତାନ ସୀମାରେ ମୁତୟନ କରାଯିବ। ଏହି ତୋପକୁ ଉଚ୍ଚସ୍ଥାନ ଓ ବରଫାଚ୍ଛନ୍ନ ସ୍ଥାନରେ ମଧ୍ୟ ମୁତୟନ କରାଯାଇ ପାରିବ।

ଭାରତୀୟ ସେନାକୁ ମିଳିବାକୁ ଥିବା ଏହି ତୋପଗୁଡ଼ିକୁ ‘ମେକ୍‌ ଇନ୍‌ ଇଣ୍ଡିଆ’ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ସେନାକୁ ୧୪୫ ତୋପ ମିଳିବା ପ୍ରକ୍ରିୟା ତୀବ୍ର କରାଯିବାକୁ କୁହାଯାଇଛି। ୨୦୧୮ ମେ’ ମାସରେ ଧନୁଷ ୧୫୫/୪୫କୁ ରାଜସ୍ଥାନର ପୋଖରାନରେ ପରୀକ୍ଷା କରଯାଇଛି। ଗୋଲାବାରୁଦ କାରଖାନା ବୋର୍ଡକୁ କୁହାଯାଇଛି ଯେ, ୧୧୪ ତୋପକୁ ଖୁବ ଶ୍ରଘ୍ର ତିଆରି ଭାରତୀୟ ସେନାକୁ ହସ୍ତାନ୍ତର କରାଯାଉ।

କେ-୯ ବଜ୍ର ୧୫୫ ଏମଏମ/୫୨ କ୍ୟାଲିବର ହୋଭିଜ୍ୟର ତୋପ ଅଟେ। ଏହାକୁ ଦକ୍ଷିଣ କୋରିଆ ତିଆରି କରି ଭାରତୀୟ ସେନାକୁ ଦେବ। ଏଥି ପାଇଁ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଏଲ୍‌ଏନ୍‌ଟି ଦ୍ୱାରା ଭାଗିଦାରୀରେ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ତିଆରି କରାଯିବ। ପ୍ରଥମ ୧୦ଟି ତୋପ ୨୦୧୮ ନଭେମ୍ବର ସୁଦ୍ଧା ଆସିବ। ଏହା ପରେ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ୪୦ ତୋପ ପହଞ୍ଚିବ। ଅବଶିଷ୍ଟ ତୋପ ୨୦୨୦ ପରେ ମିଳିବ।

ସମ୍ବନ୍ଧିତ ଖବର