ଭାରତୀୟ ବଂ‌ଶୋଦ୍ଭବ ଆରୋରା ଆକାଂକ୍ଷା ଜାତିସଂଘ ମହାସଚିବ ପଦ ପାଇଁ ପ୍ରାର୍ଥୀ

ଜାତିସଂଘ : ଭାରତୀୟ ବଂଶୋଦ୍ଭବ ଆରୋରା ଆକାଂକ୍ଷା ଜାତିସଂଘର ପରବର୍ତ୍ତୀ ମହାସଚିବ ପଦ ପାଇଁ ତାଙ୍କ ପ୍ରାର୍ଥିତ୍ବ ଘୋଷଣା କରିଛନ୍ତି। ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ଅଡିଟ୍‌ କୋଅର୍ଡିନେଟର୍‌ ପଦରେ ରହିଥିବା ଆକାଂକ୍ଷା ବର୍ତ୍ତମାନର ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରେସ୍‌ଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ। ଏଣ୍ଟୋନିଓ ଆଉ ୫ ବର୍ଷ ତାଙ୍କ ପଦରେ ରହିବା ପାଇଁ ପୁଣି ଥରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ତାଙ୍କୁ ଆକାଂକ୍ଷା ଚ୍ୟାଲେଂଜ କରିବେ। ନୂଆ ମହାସଚିବଙ୍କ କାର୍ଯ୍ୟକାଳ ଜାନୁଆରି ୨୦୨୨ରୁ ଆରମ୍ଭ ହେବ। ୩୪ ବର୍ଷୀୟା ଆକାଂକ୍ଷା ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଜାତିସଂଘ ବିଗତ ୭୫ ବର୍ଷ ମଧ୍ୟରେ ତା’ର ଲକ୍ଷ୍ୟ ପୂରଣରେ ସଫଳ ହୋଇନାହିଁ ଏବଂ ଏଥି‌ପାଇଁ ଦୃଢ଼ ନେତୃତ୍ବ ଆବଶ୍ୟକ ବୋଲି ଆକାଂକ୍ଷା କହିଛନ୍ତି।

ସମ୍ବନ୍ଧିତ ଖବର