ଭାରତୀୟ ପୁରୁଷମାନେ ଭଲ ପୋଷାକ ପିନ୍ଧିବାକୁ ମନ କରୁଛନ୍ତି: ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଭାରତରେ ପୁରୁଷମାନେ ମଧ୍ୟ ଫ୍ୟାସନ୍‌ ପ୍ରତି ଆକର୍ଷିତ ହେଉଛନ୍ତି। ଭାରତୀୟ ପୁରୁଷମାନେ ଭଲ ପୋଷାକ ପିନ୍ଧିବାକୁ ମନ କରୁଛନ୍ତି ବୋଲି କେନ୍ଦ୍ର ବୟନ ମନ୍ତ୍ରୀ ସ୍ମୃତି ଇରାନୀ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଏହା କହିଛନ୍ତି,। ସେ କହିଛନ୍ତି, ତାଙ୍କର ସମୀକ୍ଷା କାମକୁ ନେଇ ହେବା ଦରକାର। ବସ୍ତ୍ର ପିନ୍ଧିବାକୁ ନେଇ ତାଙ୍କର ମୂଲ୍ୟାଙ୍କନ ହେବା ଠିକ୍‌ ନୁହେଁ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବୟନ ଶିଳ୍ପରେ ଭଲ ରୋଜଗାର କରିହେବ। ବସ୍ତ୍ର ଓ ଫ୍ୟାସନ୍‌ ଶିଳ୍ପକୁ ସେ ସମାନ ଗୁରୁତ୍ୱ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ମୃତି ଇରାନୀ କହିଛନ୍ତି, ବୟନ ଶିଳ୍ପକୁ ଲୋକେ ନିଜ ନିଜ ଦୃଷ୍ଟିଭଙ୍ଗୀରେ ଦେଖିଥାନ୍ତି। ବୟନ ଶିଳ୍ପକୁ ସମସ୍ତେ ଯେତେବେଳେ ନୀତି ବନାଇବା ପାଇଁ ଏକା ସାଥୀରେ ବସନ୍ତି ଏଥିରୁ ସକରାତ୍ମକ ସନ୍ଦେଶ ବାହାରି ଥାଏ।

ସ୍ମୃତି ଇରାନୀ କହିଛନ୍ତି, ଭାରତରେ ଏବେ ଅଧିକାଂଶ ଲୋକ ପିନ୍ଧିବାକୁ ନେଇ ଆଲୋଚନା କରୁଛନ୍ତି। ସେ କହିଛନ୍ତି, ଏବେ ସେହି ସମୟ ଚାଲି ଯାଇଛି, ଯେଉଁ ସମୟରେ ଲୋକ କହୁଥିଲେ ଯେ, ମୋ ପାଖରେ ଏକ ଭଲ ସୁଟ୍‌ ଅଛି। ଏହା ଦୁଇ/ତିନି ବର୍ଷ ଚଳିଯିବ।

ବୟନ ଶିଳ୍ପ ଉଦ୍ୟୋଗରେ ଭଲ ରୋଜଗାର ହେବ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ସାଧାରଣତଃ ବୟନ ମନ୍ତ୍ରାଳୟକୁ ପୂର୍ବରୁ ଅଯଥା କୁହାଯାଉଥିଲା କିନ୍ତୁ ଆଜିର ଦିନରେ ବୟନ ଶିଳ୍ପରେ ଭଲ ରୋଜଗାର ହୋଇ ପାରିବ। ସଂସ୍କୃତିର ପରିଚୟ ବସ୍ତ୍ରରୁ ହିଁ ଜଣାପଡ଼ିଥାଏ। ବୟନ ଶିଳ୍ପର ଅନେକ ଶାଖା ରହିଛି। ଶିଳ୍ପ, ଡିଜାଇନ୍‌ ଓ ସାଂସ୍କୃତିକ ହେଉଛି ବୟନ ଶିଳ୍ପର ଆଧାର। କେନ୍ଦ୍ରମନ୍ତ୍ରୀ ହସ୍ତତନ୍ତ୍ରକୁ ଆଗକୁ ନିଆଯିବା ଦରକାର ବୋଲି କହିଛନ୍ତି। ଏହା ପୂର୍ବରୁ ସେ ହସ୍ତତନ୍ତ୍ରର ବିକାଶ ପାଇଁ ସୋସିଆଲ ମିଡିଆରେ ଅଭିଯାନ ଚଳାଇଥିଲେ। ସ୍ମୃତି ଇରାନୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତତନ୍ତ୍ରକୁ ଅଧିକ ଲୋକପ୍ରିୟ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର