ଫେସବୁକକୁ ନୋଟିସ ପଠାଇଲେ ଭାରତ ସରକାର

ନୂଆଦିଲ୍ଲୀ : ଡ଼ାଟା ଲିକ୍‌ ମାମଲାରେ ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସବୁକ ଉପରେ ଅଧିକ ଶକ୍ତ ହୋଇଛନ୍ତି ଭାରତ ସରକାର । ଫେସବୁକକୁ ଏକ ନୋଟିସ ପଠାଇ ଏପ୍ରିଲ ୭ ସୁଦ୍ଧା  ଡାଟା ଚୋରୀ ବାବଦରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ଏହା ପ୍ରଭାବିତ କରିଥିଲା କିି ନା ସେ ସଂପର୍କରେ ମଧ୍ୟ ଜବାବ ମଗାଯାଇଛି । ଏହା ପୂର୍ବରୁ ସରକାରଙ୍କ ପକ୍ଷରୁ ଫେସବୁକର ସହଯୋଗୀ ସଂସ୍ଥା କେମ୍ବ୍‌ରିଜ ଆନାଲିଟିକାକୁ ମଧ୍ୟ ଏକ ନୋଟିସ ପଠାଯାଇଥିଲା । ଫେସବୁକ ପକ୍ଷରୁ ଅନ୍ୟ କୌଣସି କମ୍ପାନିକୁ  ଭାରତୀୟ ଲୋକମାନଙ୍କ ଡାଟା ପ୍ରଦାନ କରାଯାଇଥିଲା କି ନା ସେ ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଇଛି । ଆହୁରି ମଧ୍ୟ ଡାଟାକୁ ସୁରକ୍ଷିତ ରଖିବା ପାଇଁ କଣ ପଦକ୍ଷେପ ନେଉଛ ସେ ସମ୍ପର୍କରେ ମଧ୍ୟ ଜଣାଇବାକୁ କୁହାଯାଇଛି ବୋଲି ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ଡାଟା ଚୋରୀ ସମ୍ପର୍କରେ ପ୍ରଘଟ କରିଥିବା କ୍ରିଷ୍ଟୋଫର ଓ୍ଵାଇଲି କହିଥିଲେ ଯେ ଏହି ସଂସ୍ଥା ଭାରତରେ କଂଗ୍ରେସ ପାଇଁ କାମ କରୁଥିଲା ।

କେମ୍ବି୍ରଜ ଆନାଲିଟିକାର ଜଣେ ଡାଟା ଆନାଲିଷ୍ଟ ଭାବେ କାମ କରୁଥିବା  ଓ୍ଵାଇଲି  ଆହୁରି ମଧ୍ୟ କହିଥିଲେ ଯେ ଭାରତରେ ଏକ ଅଫିସ ଖୋଲିଥିଲା ଏହି କମ୍ପାନି ।  ଏହି କମ୍ପାନି ପ୍ରାୟ ୫ କୋଟି ଫେସବୁକ ଆକାଉଣ୍ଟରୁ ତଥ୍ୟ ଚୋରୀ କରି ତାହାକୁ ରାଜନୈତିକ ପ୍ରଭାବ ପକାଇବା କାମରେ ବ୍ୟବହାର କରିଥିଲା ।

 

 

ସମ୍ବନ୍ଧିତ ଖବର