ଆନ୍ଦୋଳନକାରୀଙ୍କୁ ନିଜ ଘରେ ଆଶ୍ରୟ ଦେଇ ‘ହିରୋ’ ସାଜିଲେ ଭାରତୀୟ ଅଧିକାରୀ

ୱାସିଂଟନ: ଆମେରିକାରେ ଆଫ୍ରିକୀୟ କଳା ଲୋକ ଜର୍ଜ ଫ୍ଲଏଡଙ୍କୁ ଜଣେ ଗୋରା ଡାକ୍ତର ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା ଘଟଣାରେ ହ୍ବାଇଟ ହାଉସ ସମ୍ମୁଖରେ ଚାଲିଥିବା ବିକ୍ଷୋଭ ବେଳେ ଆନ୍ଦୋଳନକାରୀଙ୍କୁ ନିଜ ଘରେ ଆଶ୍ରୟ ଦେଇ ଜଣେ ଭାରୀତୟ ଅଧିକାରୀ ସ୍ଥାନୀୟ ଅଞ୍ଚଳରେ ‘ହିରୋ’ ସାଜିଛନ୍ତି। ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ବେଳେ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ନିର୍ମମ ପ୍ରହାର କରୁଥିଲା। ଆନ୍ଦୋଳନକାରୀମାନେ ପ୍ରାଣ ବିକଳରେ ଧାଉଁଥିବାବେଳେ ଜଣେ ଭାରତୀୟ ଅଧିକାରୀ ରାହୁଲ ଦୁବେ (୪୪) ଆନ୍ଦୋଳନକାରୀଙ୍କୁ ପୁଲିସ କବଳରୁ ବଞ୍ଚାଇବାକୁ ଯାଇ ନିଜ ଘରେ ଆଶ୍ରୟ ଦେଇଥିଲେ। ଏହି ଘଟଣା ପରେ ରାହୁଲ ସେ ଅଞ୍ଚଳରେ ହିରୋ ପାଲଟିଯାଇଛନ୍ତି।

ସମ୍ବନ୍ଧିତ ଖବର