ବ୍ରିଟେନ ନିର୍ବାଚନ: ଭାରତୀୟଙ୍କ ପ୍ରଭାବ ବଢ଼ିଲା, ୧୫ ଜଣ ଭାରତୀୟ ବଂଶୋଦ୍ଭବ ବିଜୟୀ

ଲଣ୍ଡନ: ବ୍ରିଟେନ ସଂସଦର ହାଉସ୍‌ ଅଫ୍‌ କମନ୍‌ସରେ ଭାରତୀୟ ବଂଶୋଦ୍ଭବ ସାଂସଦଙ୍କ ସଂଖ୍ୟା ବଢ଼ିଛି। ଗୁରୁବାର ହୋଇଥିବା ନିର୍ବାଚନରେ ୧୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ବିଜୟ ହୋଇଛି। ପୂର୍ବରୁ ସାଂସଦ ଥିବା ୧୨ ଜଣ ଭାରତୀୟ ସେମାନଙ୍କ ଆସନ କାଏମ ରଖିପାରିଛନ୍ତି। ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିବା ସାଂସଦଙ୍କ ମଧ୍ୟରେ ଗଗନ ମହିନ୍ଦ୍ରା, କ୍ଲେୟର କୁଟିନୋ ଏବଂ ନଭେନ୍ଦୁ ମିଶ୍ରା ରହିଛନ୍ତି। ନଭେନ୍ଦୁ ଲେବର ପାର୍ଟିର ଷ୍ଟକ୍‌ପୋର୍ଟ ଆସନରୁ ବିଜୟୀ ହୋଇଛନ୍ତି। ଏଥର ମଧ୍ୟ କଞ୍ଜରଭେଟିଭ୍‌ ପ୍ରାର୍ଥୀ ପ୍ରୀତି ପଟେଲ ବିପୁଳ ବିଜୟ ହାସଲ କରିଛନ୍ତି। ଭାରତୀୟଙ୍କ ସମର୍ଥନ ଯୋଗୁଁ କଞ୍ଜରଭେଟିଭ୍‌ ଦଳ ପାଇଁ କ୍ଷମତାକୁ ଫେରିବା ସହଜ ହୋଇଯାଇଛି।

ସମ୍ବନ୍ଧିତ ଖବର