ନୌସେନା ପାଇଁ ୧୦ଟି ବୋଇଂ ପି-୮୧ ଆଣ୍ଟି-ସବମେରାଇନ ବିମାନ ଖରିଦ କରାଯିବ

ନୂଆଦିଲ୍ଲୀ : ଭାରତୀୟ ନୌସେନା ପାଇଁ ୧୦ଟି ବୋଇଂ ପି-୮୧ ନେପଚୁନ ଆଡଭାନ୍ସଡ ମେରିଟାଇମ ପାଟ୍ରୋଲ ବା ଆଣ୍ଟି-ସବମେରାଇନ ଓ୍ଵାରଫେୟାର ବିମାନ ଖରିଦ କରାଯିବ । ଏହି ବିମାନଗୁଡ଼ିକୁ ଖରିଦ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ମଂଜୁରୀ ଦେଇଛି । ଏହି ବିମାନକୁ ଭାରତ ସରକାର ସିଧାସଳଖ ବୋଇଂ କମ୍ପାନିଠାରୁ ଖରିଦ କରିବେ, ମାତ୍ର ଏଥିରେ ଲାଗିବାକୁ ଥିବା କ୍ଷେପଣାସ୍ତ୍ର, ରାଡାର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଆମେରିକା ସରକାରଙ୍କ ଫରେନ ମିଲିଟାରୀ ସେଲ୍ସ ପ୍ରୋଗ୍ରାମ ମାଧ୍ୟମରେ କିଣାଯିବ ।

ଗତ ସପ୍ତାହରେ ଏହି ବିମାନ ଖରିଦ କରିବା ମନ୍ତ୍ରାଳୟ ମଂଜୁରୀ ଦେଇଥିବା ଅନ୍ତର୍ଜାତୀୟ କୂଟନୈତିକ ପତ୍ରିକା ଦ ଡିପ୍ଲୋମାଟ କହିଛି । ପ୍ରତିରକ୍ଷୀ ମନ୍ତ୍ରାଳୟର ମଂଜୁରୀ ପରେ ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଥିବା ଡିଫେନ୍ସି ଆକ୍ୱିଜିସନ କାଉନସିଲ ( ପ୍ରତିରକ୍ଷା କ୍ରୟ ପରିଷଦ)ର ମଂଜୁରୀ ପାଇଁ ପଠାଯିବ । ଏହି ପରିଷଦର ମଂଜୁରୀ ମିଳିବା ପରେ ସରକାରୀଭାବେ ଏହି ବିମାନର କ୍ରୟ ପ୍ରକ୍ରିୟା ଆରମ୍ଭ ହେବ । ଭାରତୀୟ ନୌସେନା ପାଖରେ ପୂର୍ବରୁ ମଧ୍ୟ ଏପରି କେତେକ ପି-୮୧ ବିମାନ ରହିଛି ।

ସମ୍ବନ୍ଧିତ ଖବର