ପାକ୍‌ ଗୁଳିମାଡ଼ର ଜବାବ ୨ ପାକ୍‌ ସୈନିକ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାମପୁର ଏବଂ ଉରି ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଅତର୍କିତ ଗୁଳି ଚାଳନା କରିଛି। ଏଲ୍‌ଓସିରେ ପାକ୍‌ ସେନାର ଗୁଳିମାଡ଼ରେ ଗତକାଲି ଜଣେ ଜେସିଓ ସହିଦ ହୋଇଥିଲେ। ପାକିସ୍ତାନର ଏଭଳି ଉଗ୍ର ଆଚରଣ ବିରୋଧରେ ଭାରତୀୟ ସେନା ପକ୍ଷରୁ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ ସେନା ଆଜି ପ୍ରବଳ ଗୁଳିଗୋଳା ମାଡ଼ କରି ପାକିସ୍ତାନର କେତେକ ଆଗୁଆ ପୋଷ୍ଟ୍‌ ଧ୍ବଂସ କରିଛି ଏବଂ ପିଓକେର ଦେୱା ସେକ୍ଟରରେ ୨ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ପାକିସ୍ତାନ ସେନାବାହିନୀ ମୁଖପାତ୍ର ଏକ ଟ୍ବିଟ୍‌ କରି ଦେୱା ସେକ୍ଟରରେ ୨ ଜଣ ସୈନିକ ନିହତ ହୋଇଥିବା ସ୍ବୀକାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ଧରି ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରୁଛି। ପାକିସ୍ତାନ ଆଗୁଆ ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରି ଗୁଳି ମାଡ଼ କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର