୫୨ଟି ଚୀନ ନିର୍ମିତ ମୋବାଇଲ ଆପ ବ୍ୟବହାର ବିପଦଜନକ : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ବିବାଦ ଓ ଉତ୍ତେଜନା ବଢିଚାଲିଥିବାବେଳେ ଦେଶରେ ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଲୋକଙ୍କ ମଧ୍ୟରେ ଦାବି ଜୋରଦାର ହୋଇଛି । ଏତିକି ବେଳେ ଗୁଇନ୍ଦା ସଂସ୍ଥାଗୁଡ଼ିକ ଚୀନା ମୋବାଇଲ ଆପ ଗୁଡ଼ିକୁ ନେଇ ସତର୍କ କରାଇଦେଇଛନ୍ତି । ଏପରି ପ୍ରାୟ ୫୨ଟି ଆପକୁ ଚିହ୍ନଟ କରାଯାଇଛି । ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି । ଏସବୁ ସଂଦିଗ୍ଧ ଚୀନା ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, କ୍ଲିନ ମାଷ୍ଟର । ଏଗୁଡ଼ିକ ଜାତୀୟ ସୁରକ୍ଷା ପାଇଁ ମଧ୍ୟ ବିପଜ୍ଜନକ ବୋଲି ଏଜେନ୍ସିମାନେ କହିଛନ୍ତି ।

ଚୀନ ଦ୍ୱାରା ଭାରତୀୟ ସେନାଙ୍କ ହତ୍ୟା ପରେ ଭାରତ ସରକାର କେତେକ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ବିଭିନ୍ନ ଭାରତୀୟ ପ୍ରକଳ୍ପ ପାଇଁ ଡକାଯାଉଥିବା ଗ୍ଲୋବାଲ ଟେଣ୍ଡରକୁ ଯେପରି ଚୀନ କମ୍ପାନିମାନେ ହାତେଇ ନପାରିବେ ସେଥିପାଇଁ ନିୟମରେ କେତେକ ପରିବର୍ତ୍ତନ କରିବାକୁ ବିଚାର କରାଯାଉଛି । ଏହାଛଡ଼ା ଚୀନ ବିରୁଦ୍ଧରେ ଆଉ କେତେକ ଆର୍ଥିକ ପଦକ୍ଷେପ ନେବାକୁ ଭାରତ ସରକାର ବିଚାର କରୁଛନ୍ତି ।
ଦୁଇ ମାସ ତଳେ ଭାରତ ସରକାର ନିଜର ଏଫଡିଆଇ ନିୟମରେ ପରିବର୍ତ୍ତନ କରି ଚୀନରୁ ଆସୁଥିବା ନିବେଶ ପାଇଁ ସରକାରୀ ଅନୁମତିକୁ ବାଧ୍ୟତାମୂଳକ କରିଦେଇଥିଲେ ।

ସମ୍ବନ୍ଧିତ ଖବର