୧୪୫ ଦିନ ପରେ କାରଗିଲ୍‌ରେ ଆରମ୍ଭ ହେଲା ମୋବାଇଲ୍‌ ଇଣ୍ଟରନେଟ୍‌ ସେବା

ଶ୍ରୀନଗର: ଦୀର୍ଘ ୧୪୫ ଦିନ ପରେ ଆଜି କାର୍‌ଗିଲରେ ମୋବାଇଲ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଗତ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରଠାରୁ ଲଦାଖର କାରଗିଲ୍‌ ଜିଲ୍ଲାରେ ଏହି ସେବା ବନ୍ଦ ଥିଲା। ତେବେ କାରଗିଲରେ ସ୍ଥିତି ସ୍ବାଭାବିକ ହେବାରୁ ଆଜି ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ ଜଣାପଡ଼ିଛି ଯେ କାରଗିଲ୍‌ରେ ଗତ ୪ ମାସ ଧରି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନଥିବାରୁ ମୋ‌ବାଇଲ୍‌ ଇଣ୍ଟରନେଟ୍‌ ସେବା ପୁନଃ ଆରମ୍ଭ ହୋଇଛି। ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଆରମ୍ଭ ହେବାପରେ କାରଗିଲ୍‌ ଲୋକେ ଆଶ୍ବସ୍ତ ହୋଇଛନ୍ତି। ବିଶେଷ କରି ପର୍ଯ୍ୟଟନକୁ ପେସା କରିଥିବା ଲୋକେ ଏହାକୁ ସ୍ବାଗତ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରୁ ୭୨ କମ୍ପାନି ସେନା ପ୍ରତ୍ୟାହାର କରାଯାଇଛି। ଜମ୍ମୁ କାଶ୍ମୀରରେ ଏବେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ରହିଥିବାରୁ ପର୍ଯ୍ୟାୟକ୍ରମେ ସବୁ ଅଂଚଳରୁ କଟକଣା ପ୍ରତ୍ୟାହାର ହେବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର