ପାକିସ୍ତାନରେ ସକ୍ରିୟ ଥିବା ୮ଟି ପୁରୁଣା ଓ କ୍ଷୁଦ୍ର ଆତଙ୍କବାଦୀ ସଙ୍ଗଠନକୁ ସହାୟତା କରୁଛି ଆଇଏସ୍‌ଆଇ

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଥିବା ପୁରୁଣା ଓ କ୍ଷୁଦ୍ର ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ପୁଣି ଆଇଏସ୍‌ଆଇ ସହାୟତା ଦେବା ଆରମ୍ଭ କରିଛି। ଜୈଶ୍‌-ଏ-ମହମ୍ମଦ୍‌, ଲସ୍କର୍‌-ଏ-ତୈବା ଏବଂ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଉପରେ ଆନ୍ତର୍ଜାତିକ ଚାପ ପଡ଼ିବା ପରେ ଆଇଏସ୍‌ଆଇ ଆଠଟି ପୁରୁଣା ଆତଙ୍କବାଦୀ ସଂଗଠନକୁ ପୁଣି ଥରେ ମଜଭୁତ କରିବାକୁ ଉଦ୍ୟମ କରିଛି।

ଏହି ପୁରୁଣା ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଭିତରେ ରହିଛି ସିପା-ଏ-ସାହବା, ଜୈଶ୍‌-ଉଲ୍‌-ଆଦଲ୍‌, ଲସ୍କର୍‌-ଏ-ଓମାର, ଅଲ୍‌-ବଦର, ଲସ୍କର-ଏ-ଝାଗଓ୍ଵି, ତେରିକ୍‌-ଉଲ୍‌-ମୁଜାହିଦୀନ୍‌ ଏବଂ ଅଲ୍‌-ଉମର୍‌-ମୁଜାହିଦ୍ଦିନ।

zeenews

ଆତଙ୍କବାଦ ସହ ଲଢ଼ିବାକୁ ଭାରତର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆଇଏସ୍‌ଆଇ ଏ ଭଳି ପଦକ୍ଷେପ ନେଇଛି। କେନ୍ଦ୍ର ସରକାର ମଧ୍ୟ ଆକଳକ କରିଛନ୍ତି ଯେ ବାଲାକୋଟ୍‌ ଆକ୍ରମଣ ପରେ ୪୩% ଅନୁପ୍ରବେଶ କମିଛି।

ଗୁଇନ୍ଦା ରିପୋର୍ଟରୁ ଜଣାପଡୁଛି ଯେ ଭବିଷ୍ୟତରେ ଭାରତ ପକ୍ଷରୁ ବଡ଼ ଧରଣର ଆକ୍ରମଣ ଭୟରେ ପାକିସ୍ତାନ ତା’ର ସାମରିକ ଛାଉଣୀର ନିରାପତ୍ତା ମଜଭୁତ କରିବା ସହ ସୀମାନ୍ତରେ ଜଗାରଖା ବଢ଼ାଇ ଦେଇଛି। ଆତଙ୍କବାଦୀ ଛାଉଣୀ ଉପରେ ଭାରତୀୟ ବାୟୁସେନାର ଅକସ୍ମାତ ଓ ସଂକ୍ଷିପ୍ତ ଆକ୍ରମଣରେ ପାକିସ୍ତାନ ଚକିତ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର