ଆଇଏସ୍‌ଆଇ ତିଆରି କରୁଛି ଶିଖ୍‌ ଆତଙ୍କବାଦୀ

କାବୁଲ୍‌: ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ପାଇଁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅହରହ ଷଡ଼ଯନ୍ତ୍ର ଚଳାଇଛି। ଆଇଏସଆଇ ସହଯୋଗରେ ପାକିସ୍ତାନର କିଛି ଶିଖ୍‌ ଯୁବକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରଶିକ୍ଷଣ ନେଉଥିବା ଭାରତ ସରକାର ସ୍ପଷ୍ଟ କରିଛନ୍ତି। କାନାଡ଼ାରେ ରହୁଥିବା ଶିଖ୍‌୍‌ ସମ୍ପ୍ରଦାୟର ଅନେକ ବ୍ୟକ୍ତି ମଧ୍ୟ ଭାରତ ବିରୋଧରେ ହିଂସା ଓ ଉଗ୍ର ମତବାଦକୁ ପ୍ରୋତ୍ସାହନ ଦେଉଥିବା ସଂପର୍କରେ ରିପୋର୍ଟ ମିଳିଛି। ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ସଂକ୍ରାନ୍ତି ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। କେନ୍ଦ୍ର ଗୃହ ସଚିବଙ୍କ ନେତୃତ୍ୱରେ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏ ବାବଦ ତଥ୍ୟ କମିଟି ଅଧ୍ୟକ୍ଷ ମୂରଲୀ ମନୋହର ଯୋଶୀଙ୍କୁ ପ୍ରଦାନ କରିଛନ୍ତି। ଇଣ୍ଟରନେଟ୍‌ ଏବଂ ସୋସିଆଲ୍‌ ମିଡିଆର ଅପବ୍ୟବହାର କରି ଭାରତ ବିରୋଧରେ ଯୁବ ଗୋଷ୍ଠୀକୁ ମତାଇ ଆତଙ୍କବାଦ ପ୍ରତି ଆକର୍ଷିତ କରାଯାଉଛି ଏବଂ ଏଥିରେ ପାକ୍‌୍‌ ଗୁଇନ୍ଦା ସଂଗଠନ ଆଇଏସ୍‌ଆଇ ପ୍ରମୁଖ ଭୂମିକା ନେଇଥିବା ଜଣାପଡ଼ିଛି। ପାକିସ୍ତାନରେ ଅବସ୍ଥିତ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ଏବେ ଆଇଏସ୍‌ଆଇ ପ୍ରରୋଚନାରେ ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ଜୋର୍‌ଦାର କରୁଛନ୍ତି। ପଂଜାବ ସମେତ ଭାରତର ବିଭିନ୍ନ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବାପାଇଁ ଆଇଏସ୍‌୍‌ଆଇ ଏବେ ବେକାର ଯୁବକ, ଅପରାଧୀ ଏବଂ ସ୍ମଗ୍‌୍‌ଲରଙ୍କୁ ନିୟୋଜିତ କରୁଛି। ଭାରତର ଗୁଇନ୍ଦା ସଂସ୍ଥାଗୁଡ଼ିକ ଏଭଳି ଷଡ଼ଯନ୍ତ୍ର ଉପରେ ତୀକ୍ଷ୍‌୍‌ଣ ନଜର ରଖିଛନ୍ତି ଏବଂ ସୁରକ୍ଷା ପାହିଁ ବିହୀତ ପଦକ୍ଷେପ ନିଆଯାଉଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଆ ଏବଂ ପ୍ରକ୍ସି ସର୍ଭର ବ୍ୟବହାର କରି ଭାରତ ବିରୋଧୀ ମାନସିକତାକୁ ତୀବ୍ର କରାଯାଉଥିବାରୁ ସରକାର ଏବେ ଏ ବାବଦରେ କଠୋର ନୀତି ଅବଲମ୍ବନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର