ଜଗନଙ୍କ ଦଳର କର୍ମୀ ମୋ ଉପରକୁ ଚପଲ ଫୋପାଡ଼ିଲେ: ନାଇଡ଼ୁ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଗତକାଲି ବିଶାଖାପାଟଣା ବିମାନବନ୍ଦରରେ ଅଣ୍ଡା ଏବଂ ଚପଲ ମାଡ଼ ହୋଇଥିଲା। ପରିସ୍ଥିତି ଅଣାୟତ ହୋଇଯିବାରୁ ପୁଲିସ ନାଇଡ଼ୁଙ୍କ ସୁରକ୍ଷା ପାଇଁ ତାଙ୍କୁ ଅଟକ ରଖିଥିଲା। ତେବେ ନାଇଡ଼ୁ ଅଭିଯୋଗ କରିଛନ୍ତି ଯେ, ଜଗନ‌ ମୋହନ ରେଡ୍ଡିଙ୍କ ୱାଇଏସ୍‌ଆରସି କର୍ମୀମାନେ ତାଙ୍କ ଉପରକୁ ଚପଲ ଫୋପାଡ଼ିଛନ୍ତି। ତାଙ୍କ ରାସ୍ତା ଅବ‌‌ରୋଧ କରି ୱାଇଏସ୍‌ଆରସି କର୍ମୀମାନେ ଯୋଜନାବଦ୍ଧ ଭାବେ ଚପଲ, ଅଣ୍ଡା, ଟମାଟ ମାଡ଼ କରିଥିବା ସେ କହିଛନ୍ତି। ନାଇଡ଼ୁ କହିଛନ୍ତି, ବିଶାଖାପାଟଣା ଲୋକମାନଙ୍କୁ ସେ ଭଲଭାବେ ଜାଣନ୍ତି। ସେମାନେ ଶାନ୍ତ ସ୍ବଭାବର। କେବଳ ଜଗନଙ୍କ କର୍ମୀମାନେ ଏହି କାଣ୍ଡ ଘଟାଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର