ବାତିଲ ଆଦେଶ ପ୍ରତ୍ୟାହାର ହେଲା, ଜୁନ୍ ୨୩ରୁ ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା

ଜମ୍ମୁ : କୋଭିଡ-୧୯ ମହାମାରୀ ପାଇଁ ଚଳିତ ବର୍ଷ ଜୁନ୍ ୨୩ରୁ ହେବାକୁ ଥିବା ଅମରନାଥ ଯାତ୍ରାକୁ ବାତିଲ କରିଦିଆଯାଇଥିଲା | ପରିସ୍ଥିତି ଖରାପ ଥିବାରୁ ଗତକାଲି ରାଜଭବନରେ ଆୟୋଜିତ ୩୮ତମ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି ଉପରାଜ୍ୟପାଳ ତଥା ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି)ର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ ଏଭଳି ନିଷ୍ପତ୍ତି ନେଇଥିବା ବେଳେ କିଛି ଘଣ୍ଟା ପରେ ଏହି ଆଦେଶକୁ ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି | ବାର୍ଷିକ ଅମରନାଥ ଯାତ୍ରା ବୁଧବାର ଦିନ ବାତିଲ କରାଯାଇଥିବା ଘୋଷଣା ପରେ ଜମ୍ମୁ-କଶ୍ମୀର ସୂଚନା ନିର୍ଦ୍ଦେଶାଳୟ ବାତିଲ ଆଦେଶକୁ ନେଇ ଜାରି କରିଥିବା ପ୍ରେସ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଥିବା ଦେଖାଯାଇଛି । ଏଭଳି ହେବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ |

ସୂଚନା ମୁତାବକ, ଉପରାଜ୍ୟପାଳ ତଥା ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି)ର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ ବୈଠକର ଅଧ୍ୟକ୍ଷତା କରି  କହିଥିଲେ ଯେ, କଶ୍ମୀର ଉପତ୍ୟକାରେ ୭୭ଟି ରେଡ୍ ଜୋନ୍ ଚିହ୍ନଟ ହୋଇଛି।  ଯେଉଁ ମାର୍ଗ ଦେଇ ଯାତ୍ରୀ ଅମରନାଥ ଯାଇଥାନ୍ତି ‌ତାହା ଏହି ରେଡ୍ ଜୋନ ପାର୍ଶ୍ବ ଦେଇ ଯାଇଛି । ଏହି ମହାମାରୀ ଯୋଗୁଁ ଲଙ୍ଗର ପ୍ରତିଷ୍ଠା, ମେଡିକାଲ୍ ସୁବିଧା, କ୍ୟାମ୍ପ ପ୍ରତିଷ୍ଠା, ସାମଗ୍ରୀ ସଂଗ୍ରହ, ବରଫ ସଫାକରିବା ଇତ୍ୟାଦି ସମ୍ଭବ ନୁହେଁ | ଭାରତ ସରକାର ଦେଶବ୍ୟାପୀ ଲକଡାଉନକୁ ମେ ୩ପର୍ଯ୍ୟନ୍ତ ବଢ଼ାଇଥିଲେ ମଧ୍ୟ ଆଗକୁ କ’ଣ ହେବ ତାହା ଜାଣିବା ପୂର୍ବାନୁମାନଯୋଗ୍ୟ ନୁହେଁ। ଯାତ୍ରୀମାନଙ୍କ ସୁରକ୍ଷାକୁ ଆମେ ପ୍ରାଧାନ୍ୟ ଦେଉଛୁ ବୋଲି ସେ କହିଥିଲେ।

Jammu News: Amarnath Yatra 2020: असमंजस में सरकार ...
Navbharat Times

ବୋର୍ଡ ସର୍ବସମ୍ମତି କ୍ରମେ ବିଶ୍ବରେ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାର ଆୟୋଜନ କରିବା ଉଚିତ ହେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ଏହାସହ ନିଷ୍ପତ୍ତି ନିଆଯାଇଥିଲା ଯେ, ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଶିବଲିଙ୍ଗର ପୂଜା ଏବଂ ଦର୍ଶନକୁ ଅନଲାଇନ ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ କରିବା ପାଇଁ ଯୋଜନା କରାଯିବ। ତେବେ ଆଦେଶ ଦେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି |

ସମ୍ବନ୍ଧିତ ଖବର