ଭାରତରେ କରୋନା ସଂକ୍ରମଣ ବୃଦ୍ଧି ହାର ନିୟନ୍ତ୍ରଣରେ ରହିଛି : କେନ୍ଦ୍ର ସରକାର

ଗତ ୨୪ ଘଣ୍ଟାରେ ଭାରତରେ ୧୪୦୯ଟି ନୂଆ ମାମଲା

ନୂଆଦିଲ୍ଲୀ : ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଓ ସଂକ୍ରମିତ ସଂଖ୍ୟା ଦ୍ୱିଗୁଣିତ ହାରକୁ ବଢାଇବାରେ ସରକାର ସଫଳ ହୋଇଛନ୍ତି ବୋଲି କେନ୍ଦ୍ର ପରିବେଶ ସଚିବ ତଥା କରୋନା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗଠନ କରିଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀର ଅଧ୍ୟକ୍ଷ ସି.କେ. ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ ଗତ ମାର୍ଚ୍ଚ ୨୩ରେ ଦେଶରେ ମୋଟ ୧୪୯୧୫ ନମୁନା ପରୀକ୍ଷଣ ହୋଇଥିଲା, ଏପ୍ରିଲ ୨୨ ସୁଦ୍ଧା ଆମେ ୫ ଲକ୍ଷ ପରୀକ୍ଷା କରିଛୁ ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଭାରତରେ ୧୪୦୯ଟି ନୂଆ ମାମଲା ଜଣାପଡ଼ିଛି । ଏହା ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୩୯୩ରେ ପହଞ୍ଚିଛି । ଆଜି ସୁଦ୍ଧା ଦେଶର ୧୨ ଟି ଜିଲ୍ଲାରେ ଗତ ୨୮ ଦିନ ହେଲା କୌଣସି ନୂଆ ମାମଲା ଦେଖାଯାଇନାହିଁ ଓ ୭୮ଟି ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ମାମଲା ଦେଖାଯାଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ସହରାଞ୍ଚଳରେ ବରିଷ୍ଠ ନାଗରିକମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ବ୍ୟକ୍ତି, ପ୍ରିପେଡ ମୋବାଇଲ ରିଚାର୍ଜ କରୁଥିବା ସଂସ୍ଥା, ଖାଦ୍ୟ ପ୍ରକ୍ରିୟାକରଣୟୁନିଟଗୁଡ଼ିକୁ ଲକଡାଉନ ନିୟମରୁ ମୁକ୍ତ ରଖାଯାଇଛି ।

ସମ୍ବନ୍ଧିତ ଖବର