ମାସକପରେ ଜମ୍ମୁ-କଶ୍ମୀରରେ ଗତକାଲି ମଧ୍ୟରାତ୍ରିରୁ ଫୋନ୍ ଘଣ୍ଟି ବାଜିଲା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଗତ ମାସ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବାପରେ ସେଠାରେ ମୋବାଇଲ ଏବଂ ଫୋନ୍ ବନ୍ଦ ଥିଲା। ହେଲେ ଗତକାଲି ମଧ୍ୟରାତ୍ରିରୁ ଏହି  ମୋବାଇଲ ଏବଂ ଫୋନ୍ ପୁଣି ଚାଲିବା ଆରମ୍ଭ କରିଛି।ମାସକପରେ ଜମ୍ମୁ-କଶ୍ମୀରରେ ଗତକାଲି ମଧ୍ୟରାତ୍ରିରୁ ଫୋନ୍ ଘଣ୍ଟି ବାଜିଲା ଏଥିରୁ ସ୍ପଷ୍ଟ ହେଉଛି ଯେ ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ଵାଭାବିକ ହେବାରେ ଲାଗିଛି। ମଧ୍ୟରାତ୍ରିରେ ଜମ୍ମୁ-କଶ୍ମୀରର ଅଧିକାଂଶ ଲୋକଙ୍କ ଘରେ ଫୋନ୍ ଘଣ୍ଟି ବାଜିଥିଲା। ଏହାପରେ ଲୋକେ ନିଜର ଆତ୍ମୀୟ ସ୍ବଜନମାନଙ୍କୁ ଫୋନ୍ କରିଥିବା ଜଣାଯାଇଛି।

ଶ୍ରୀନଗର ଜିଲ୍ଲାପାଳ ସାହିଦ ଚୌଧୁରୀ କହିଛନ୍ତି ଯେ ରାତିରେ ଘାଟିର ଅଧିକାଂଶ ଟେଲିଫୋନ ସେବା ଚାଲୁ କରି ଦିଆଯାଇଛି। କୁପଓ୍ଵାଡାରେ ପୂର୍ବରୁ ଟେଲିଫୋନ ସେବା ଚାଲୁ ହୋଇ ସାରିଛି। ଜିଲ୍ଲାପାଳ ଜନତାଙ୍କୁ ଧୈର୍ଯ୍ୟ ରଖିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଅସୁବିଧା ପାଇଁ କ୍ଷମା ମାଗିଛନ୍ତି।

ଏହା ପୂର୍ବରୁ କଶ୍ମୀରରେ ଶୀଘ୍ର ଟେଲିଫୋନ ସେବା ଆରମ୍ଭ କରାଯିବ ବୋଲି କୁହାଯାଉଥିଲା। ଜମ୍ମୁ ଓ ଲଦାଖରେ ଦିନରେ କୌଣସି କଟକଣା ଲାଗୁ କରାଯାଉ ନାହିଁ। ସେଠାରେ ସ୍ଥିତି ଖୁବ୍ ଭଲ ଥିବା କହିଛନ୍ତି ଏଡିଜି ପୁଲିସ୍ ମୁନୀର ଖାନ୍।

 

 

ସମ୍ବନ୍ଧିତ ଖବର