ଜମ୍ମୁ ଓ କଶ୍ମୀର: ଡୋଡ଼ା ଜିଲ୍ଲାରେ ଏନ୍‌କାଉଣ୍ଟର୍ ଯୋଗୁଁ ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ପ୍ରତ୍ୟୁଷରୁ ଜମ୍ମୁ ଓ କଶ୍ମୀରର ଡୋଡ଼ା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ଯୋଗୁଁ ସେନା ବାହିନୀର ଜଣେ ଯବାନ ସହିଦ ହୋଇଥିବା କଥା ପ୍ରତିରକ୍ଷା ମୁଖପାତ୍ର ଲେଫ୍‌ଟ୍‌ନାଣ୍ଟ୍ କର୍ଣ୍ଣେଲ୍ ଦେବେନ୍ଦର ଆନନ୍ଦ କହିଛନ୍ତି।

ଗୁଳିବିନମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ମଧ୍ୟ ଜମ୍ମୁ ଆଇଜିପି ମୁକେଶ ସିଂହ କହିଛନ୍ତି। ନିହତ ଆତଙ୍କବାଦୀଜଣକ ହିଜ୍‌ବୁଲ୍ ମୁଜାହିଦୀନ ସଂଗଠନର। ଗୁଳି ବିନିମୟ ଘଟଣାରେ ଅନ୍ୟ ଜଣେ ଆତଙ୍କବାଦୀ ଆହତ ହୋଇଥିବା କଥା ମଧ୍ୟ ପୁଲିସ ସୂତ୍ରରୁ ସୂଚନା ଦିଆଯାଇଛି।

ପ୍ରାପ୍ତ ସୂଚନାମୁତାବକ, ନିରାପତ୍ତା ବଳ ଜଣେ ଆତଙ୍କବାଦୀଙ୍କୁ ଚିହ୍ନଟ କରିଛି। ସେ ହେଉଛି ଅକ୍ବାଫ୍ ଏବଂ ନିହତ ଆତଙ୍କବାଦୀ ହାରୁନ୍ ଅବ୍ବାସ୍ ୱାନିର ସହଯୋଗୀ।

ପୁଲିସ ଠାରୁ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ବିଳମ୍ବିତ ରାତ୍ରୀରେ ଡୋଡ଼ା ଜିଲ୍ଲାରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ପରେ ପରେ ସେଠାରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳିବିନିମୟର ସୂତ୍ରପାତ ହୋଇଥିଲା।

ସମ୍ବନ୍ଧିତ ଖବର