ନବୀନଙ୍କୁ ଫୋନ କଲେ ନିତିଶ, ରାଜ୍ୟସଭା ଉପସଭାପତି ନିର୍ବାଚନ ପାଇଁ ସମର୍ଥନ ଲୋଡିଲେ

ଭୁବନେଶ୍ବର : ରାଜ୍ୟସଭା ଉପସଭାପତି ନିର୍ବାଚନ ପୂର୍ବରୁ ଓଡ଼ିଶା ମୁଖମନ୍ତ୍ରୀ ମୁଖ୍ୟ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି ବିହାର ମୁଖମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନିତିଶ କୁମାର  । ଆଜି ନିତିଶ ଫୋନ କରି ନବୀନଙ୍କ ସହ ଆଲୋଚନା କରିବା ସହ ସମର୍ଥନ ମାଗିଛନ୍ତି ।

ରାଜ୍ୟସଭା ଉପସଭାପତି ନିର୍ବାଚନରେ ଏନଡିଏ ତରଫରୁ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହେଉଥିବାବେଳେ ତାଙ୍କର ବିଜୟ ପାଇଁ ବିଜେଡ଼ିର ସମର୍ଥନ ଗୁରୁତ୍ବପୂର୍ଣ୍ଣ ରହିଛି । ଗତ  ରାଜ୍ୟସଭା ନିର୍ବାଚନରେ ବିଜେଡ଼ି  ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିଥିଲା ।

ଗତକାଲି ହରିବଂଶ ରାଜ୍ୟସଭା ଉପସଭାପତି ପଦ ପାଇଁ ଏନଡିଏ ପ୍ରାର୍ଥୀଭାବେ ମନୋନୟନ ପତ୍ର ଦାଖଲ କରିଥିଲେ । ଶ୍ରୀ ହରିବଂଶ ଗତ ୨୦୧୮ରୁ  ଗତ ଏପ୍ରିଲ ପର୍ଯନ୍ତ  ରାଜ୍ୟସଭା ଉପସଭାପତି ଥିଲେ । କିନ୍ତୁ ଏପ୍ରିଲରେ ତାଙ୍କର  ରାଜ୍ୟସଭା ସଦସ୍ୟ  ଅବଧି ଶେଷ ହେବା ପରେ ତାଙ୍କୁ ପୁଣି ଥରେ ଜେଡିୟୁ  ରାଜ୍ୟସଭାକୁ ପଠାଇଥିଲା । ଏନଡିଏ ପ୍ରାର୍ଥୀଭାବେ ସେ   ରାଜ୍ୟସଭା ଉପସଭାପତି ନିର୍ବାଚିତ ହେବା ଏକରକମ ନିଶ୍ଚିତ ବୋଲି କୁହାଯାଉଛି । ୟୁପିଏ ପକ୍ଷରୁ ଡିଏମକେ ସଦସ୍ୟ ତିରୁଚି ଶିବଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି ।

ରାଜ୍ୟସଭାରେ ବିଜେପିର ସର୍ବାଧିକ ୮୭  ସଦସ୍ୟ ଥିବାବେଳେ ବିଜେଡିର ୯  ସଦସ୍ୟ ଅଛନ୍ତି ।

ସମ୍ବନ୍ଧିତ ଖବର