ଜିନ୍‌ପିଙ୍ଗ୍‌-ବାଇଡେନ୍‌ ଟେଲିଫୋନ୍‌ କଥାବାର୍ତ୍ତା : ଚୀନ୍‌ର ଷଡ଼ଯନ୍ତ୍ରପୂର୍ଣ୍ଣ ଆର୍ଥିକ କାରବାର ନେଇ ଚିନ୍ତା ପ୍ରକଟ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ପ୍ରଥମ ଥର ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଛନ୍ତି । ଏହି ଅବସରରେ ଚୀନ୍‌ର ଅନୁଚିତ ତଥା ଷଡ଼ଯନ୍ତ୍ରପୂର୍ଣ୍ଣ ଆର୍ଥିକ ନୀତି, ମାନବାଧିକାର ଉଲ୍ଲଂଘନ ମାମଲା ଏବଂ ବିସ୍ତାରବାଦୀ ନୀତିକୁ ନେଇ ବାଇଡେନ୍‌ ଉଦ୍‌ବେଗ ପ୍ରକାଶ କରିଥିଲେ। ଚୀନ୍‌ର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ତାଇୱାନ୍‌କୁ ଧମକାଇବା ପ୍ରସଙ୍ଗରେ ମଧ୍ୟ ବାଇଡେନ୍‌ ଆମେରିକାର ଉଦ୍‌ବେଗ ଚୀନ୍‌କୁ ଜଣାଇଥିଲେ। ବାଇଡେନ ଏ ବାବଦରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଚୀନ୍‌ର ସିନ୍‌ଜିୟାଙ୍ଗ ଅଂଚଳରେ ମାନବାଧିକାର ଉଲ୍ଲଂଘନ ମାମଲାରେ ମଧ୍ୟ ଆଲୋଚନା ହୋଇଥିବା ବାଇଡେନ୍‌ କହିଛନ୍ତି। ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ ଅନେକ ଦ୍ବୀପକୁ ବେଆଇନ ଭାବେ କବ୍‌ଜା କରି ରଖିବା ସହ ସମଗ୍ର ଅଂଚଳରେ ନିଜର ଆଧିପତ୍ୟ ଜାହିର କରିଥିବାରୁ ଆମେରିକା ଏହାର ବିରୋଧ କରିଛି।

ସମ୍ବନ୍ଧିତ ଖବର