ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟିର ୧୮ ରାଜ୍ୟ ସହ ଆଲୋଚନା

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟି ଇତିମଧ୍ୟରେ ପଞ୍ଜାବ, ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକ ସମେତ ୧୮ଟି ରାଜ୍ୟ ସରକାରଙ୍କ ସହ ନୂତନ କୃଷି ଆଇନ ସମ୍ପର୍କରେ ଆଲୋଚନା କରି ସାରିଲେଣି ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଶଦ ଭାବେ ଆଲୋଚନା ହୋଇଥିବା ବେଳେ ନୂତନ କୃଷି ଆଇନ ସମ୍ପର୍କରେ କମିଟି ସେମାନଙ୍କ ମତାମତ ଲୋଡ଼ିଥିଲେ। ଗତ ୫ ତାରିଖରେ ଉକ୍ତ କମିଟି ୧୦ଟି ରାଜ୍ୟର ମାର୍କେଟିଂ ବୋର୍ଡ ମୁଖ୍ୟ, ଘରୋଇ ମଣ୍ଡି ପରିଚାଳକ ଏବଂ ଫୁଡ୍‌ ପାର୍କ ସହ ଆଲୋଚନା କରିଥିଲେ। ସେହିପରି ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗ ସମେତ ୯ଟି ରାଜ୍ୟର ୩୨ଟି କୃଷକ ସଂଗଠନ ସହ ଆଲୋଚନା ସରିଛି ବୋଲି କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର