ମଙ୍ଗଳବାରଦିନ ଅନୁଷ୍ଠିତ ହେବ ଜାମ୍ମୁ କାଶ୍ମୀର ବିଜେପି କୋର୍‌ ଗ୍ରୁପ ବୈଠକ, ଯୋଗ ଦେବେ ମୋଦୀ, ଶାହା

ନୂଆଦିଲ୍ଲୀ : ବିଜେପିର ଜାମ୍ମୁ ଓ କାଶ୍ମୀର କୋରଗ୍ରୁପର ଏକ ବୈଠକ ଆସନ୍ତା ମଙ୍ଗଳବାରଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଗକୁ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ଥିବାରୁ ଏହି ବୈଠକକୁ ଗୁରୁତ୍ୱ ଦିଆଯାଉଛି ।

ଜାମ୍ମ ଓ କାଶ୍ମୀରରେ ଗତ ବର୍ଷଠାରୁ ରାଷ୍ଟ୍ରପତି ଶାସନ ଲାଗୁ ରହିଛି । ତେବେ ଚଳିତ ବର୍ଷ ଶେଷ ଆଡକୁ ସେଠାରେ ବିଧାନସଭା ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ଯୋଜନା କରୁଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଆଇନ ଶୃଙ୍ଖଳା ବାବଦରେ ରିପୋର୍ଟ ମିଳିବା ପରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭପତି ଜେପି ନଡ୍ଡା, ବିଜେପି ମହାସଚିବ ରାମ ମାଧବ, ଜାମ୍ମୁ ଓ କାଶ୍ମୀର ବିଜେପିର ସଭାପତି ରବିନ୍ଦର ରୈନା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର