ଡିଜିଟାଲ ଯୁଗରେ ନ୍ୟାୟିକ ପ୍ରକ୍ରିୟା ଚାପରେ ରହିଛି: ଜଷ୍ଟିସ୍‌ ସିକ୍ରି

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି ଏ.କେ. ସିକ୍ରି ଆଜି କହିଛନ୍ତି ଯେ ଡିଜିଟାଲ ଯୁଗରେ ଏବେ ନ୍ୟାୟିକ ପ୍ରକ୍ରିୟା ଚାପରେ ରହିଛି। କୌଣସି ମାମଲାରେ ଶୁଣାଣି ଆରମ୍ଭ ହେବା ପୂର୍ବରୁ ହିଁ ରାୟ ସଂପର୍କରେ ଲୋକେ ଆଲୋଚନା ସମାଲୋଚନା ଆରମ୍ଭ କରିଦେବାରୁ ବିଚାରପତିଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ଆଇନଜୀବୀଙ୍କ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜଷ୍ଟିସ ସିକ୍ରି କହିଥିଲେ ଯେ ପ୍ରେସ୍‌ର ସ୍ବାଧୀନତା ନାଗରିକ ଏବଂ ମାଧବାଧିକାରର ରୂପରେଖକୁ ବଦଳାଇବାରେ ଲାଗିଛି ଏବଂ ଗଣମାଧ୍ୟମରେ ନିଜସ୍ବ ବିଚାର ପ୍ରକ୍ରିୟାକୁ ଲୋକଙ୍କ ସାମ୍ନାରେ ଯେଭଳି ରଖାଯାଉଛି ତାହା ଏହାର ଏକ ଜ୍ଜଳନ୍ତ ଉଦାହରଣ।

ସମ୍ବନ୍ଧିତ ଖବର